STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy Others

ଶାଳୀ ବନାମ ଘରବାଲି

ଶାଳୀ ବନାମ ଘରବାଲି

1 min
268

ଶାଳୀ ରାହାବାଳି ତିନି ଗାଆଁ ନଈ

   ଅଜଣା ତା ଗଭୀରତା ।

ଘରବାଲି ଆମ ଗାଆଁ ନଈ ଧାର

   ପାରି ହେବା ନାହିଁ ଚିନ୍ତା ।।

ଶାଳୀ ପ୍ରେମ ଦେଶୀ ମହୁଲି ବୋତଲ

   ପିଇବାକୁ ଭାରି ମିଠା ।

ପେଟରେ ପଡିଲେ ମୁଣ୍ଡକୁ ଚଢ଼ିବ

   ତଣ୍ଟି ଶୁଖି ହେବ ଅଠା ।।

ଘରମଣୀ ପ୍ରେମ ଦହି ଭାଙ୍ଗ ଲସି

    ପାଟିକୁ ସୁଆଦ ଭାରି ।

ଝୁମି ଝୁମି ନିଶା ମେଣ୍ଟୁ ଥିବ ଆଶା

    ବରସି ପ୍ରଣୟ ବାରି ।।

ଶାଳୀ ପ୍ରେମ ମାଡ଼ ଅଦିନିଆ ଝଡ

    ଅଚାନକ ଆସେ ଧାଇଁ ।

ଘରବାଲି ପ୍ରେମ ମୃଦୁ ସମୀରଣ

    ମନ୍ଦ ମନ୍ଦ ବହୁଥାଇ ।।

ଶାଳୀର ପ୍ରଣୟ ପଳାଶ କୁସୁମ

   ବାସହୀନ ମନଲୋଭା ।

ଘରଣୀ ପ୍ରଣୟ ସୁବାସିତ ଫୁଲ

   ଧବଳ ରଜନିଗନ୍ଧା ।।

ଶାଳୀ ସହେ ନାହିଁ କୋମଳ ଆଘାତ

    ସ୍ୱାର୍ଥ ପାଇଁ ଦିଏ ଗାଳି ।

ପତ୍ନୀ ସହି ପାରେ ପଥରର ମାଡ଼ 

    ନକରି ଝଗଡା କଳି ।।

ଶାଳୀ ଯେତେ ସବୁ ପ୍ରମାଣ ବିହୀନ

    ନକଲି କାଗଜ ଗାଡି ।

ଧରା ପଡିଗଲେ ଜୋରିମାନା ଦଣ୍ଡ

    ପାଖରୁ ପଳାନ୍ତି ଛାଡି ।।

ବିବି ସବୁବେଳେ ଅନୁଜ୍ଞପ୍ତି ପ୍ରାପ୍ତ

    ପ୍ରମାଣ ପତର ଗାଡି ।

ନିର୍ଦ୍ୱନ୍ଦରେ ସେହି ଚାଲୁଥିବ ଗଡି

   ଯୁଆଡେ ଗଲେ ବି ଚଢି ।।

ଶାଳୀ ପ୍ରେମ ସୁଖ ଅଢେଇ ଦିନିଆ

    ଅଦିନ ଭସା ବାଦଲ ।

ପବନ ଯୁଆଡେ ଗତି ସେଇଆଡ଼େ

   ପାଏ ଯେଉଁଠାରୁ ମୂଲ ।।

ଘରବାଲି ସୁଖ ଦୁଃଖ ସାଥି ବୋଲି

    ନାମ ତାର ଅର୍ଦ୍ଧାଙ୍ଗିନୀ ।

ଶାଳୀ ସ୍ୱାର୍ଥବାଦୀ ସ୍ଵାର୍ଥରେ ସାରଥୀ

   ସମ୍ପଦ ବେଳେ ସଙ୍ଗିନୀ ।।

ଘରର ଘରଣୀ ଉର୍ବରିଆ ଜମି

   ଲୋଡା ନାହିଁ ସାର ଓଷ ।

ପାଣି ପାଉଥିଲେ ବର୍ଷସାରା ଖାଲି

   ବାରମାସି ଫଳ ଚାଷ ।।


Rate this content
Log in

Similar oriya poem from Comedy