STORYMIRROR

DR SAMIR RANJAN BEHERA

Abstract Comedy Inspirational

4  

DR SAMIR RANJAN BEHERA

Abstract Comedy Inspirational

ହେ ଦରମା

ହେ ଦରମା

1 min
223

   ସଭିଏଁ ବଢ଼ନ୍ତି ଆଗକୁ ଆଗକୁ

    ଦରମା କାହିଁ ଯେ ବଢ଼ୁନ

  ବସି ବସି ତୁମର କି ଚେର ଲାଗିଲାନି

    ଆମ ଦୁଃଖ ଟିକେ ବୁଝୁନ ll


   ଆଳୁ ତେଲ ବଢ଼େ ପିଆଜ ବଢୁଛି

     ପେଟ୍ରୋଲ ବଢ଼େ ନିତି ଦିନ 

   ତମେ କିନ୍ତୁ ମାଦଳ ପରି ବସିଛ

      ବଢିବାର ନା ଧରୁନ ll


  ଆକାଉଣ୍ଟ ରେ ପଶିବା ଜଣା ନ ପଡଇ

     ଧୂମକେତୁ ପରି ଆସି ଯାଅ

   କିଛି କ୍ଷଣ ଆମକୁ ଖୁସି ଦେଇ ଯାଇ

    ତମ ରାସ୍ତାରେ ପୁଣି ଚାଲିଯାଅ ll


   ଘରଭଡା ଆଉ ଇଲେକ୍ଟ୍ରି ବିଲ

    ତମକୁ ଚାହିଁ ରହିଥାନ୍ତି

  ଇଏମଆଇ ସ୍କୁଲ ଫି ମାସିକ ଗ୍ରସରୀ

    ତାମବିନା ଅସମ୍ପୂର୍ଣ୍ଣ ଥାନ୍ତି ll


   ଚପଳ ମୋର ଘୁରି ଗଲାଣି

   ପ୍ୟାଣ୍ଟ ସାର୍ଟ ସବୁ ଚିରା 

  ତମେ ଆସି ଆକାଉଣ୍ଟ ରେ ରହିଲେ

    ଆଣିବି ଭାବୁଛି ପରା ll


  ତମ ପଛେ ପଡି ଚନ୍ଦା ହେଇଗଲୁ 

     ବାଳ ହେଇଗଲା ନୁଖୁରା

  ଯବାନ ବୟସ ଟା ଖଟି ଖଟି ଗଲା

    ଜୀବନ ଟା ପଚା ସାନ୍ତରା ll


 ତଥାପି ଦରମା ଆଶାବାଦୀ ଆମେ

    କେବେ ଯେ ବଢିବ ତମେ

 ବଢିଗଲେ ଥରେ ଦିଲ ବୋଲେ ବୋଲେ

   ଖୁସି ହେଇଯିବୁ ଆମେ ll


    

     

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract