Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Comedy

4  

Gunanidhi Samal

Comedy

ପ୍ରେମୀ ଦିବସ

ପ୍ରେମୀ ଦିବସ

1 min
225


ରୋଜ ଡେ'ରେ ଗୋଲାପ ଯାଚିଲି

ପାଦତଳେ ଦେଲୁ ଦଳି

ଆଣ୍ଠେଇ ପଡିକି ପ୍ରୋପୋଜ କରିଲି

ମନଇଚ୍ଛା ଦେଲୁ ଗାଳି ।

ମନ ବୁଝିବାକୁ ଚକୋଲେଟ ଦେଲି

ମୁହଁକୁ ଦେଲୁ ତୁ ମୋଡ଼ି

ଦେଇଥିଲୁ ଭାଙ୍ଗି ଖେଳିବା ପାଇଁ ତୁ'

ଆଣିଥିଲି ଯେଉଁ ଟେଡି ।

ବାହାହେବି ବୋଲି ପ୍ରତିଜ୍ଞା କରିଲି

ମନଇଚ୍ଛା ଗଲୁ ବକି

ଖୁସିରେ ଟିକିଏ କୁଣ୍ଢେଇ ନେଲିଯେ

ଦେହମୁହଁ ଦେଲୁ ରାମ୍ପି ।

ଚୁମା ବାହାନାରେ କାମୁଡି ଦେଇଛୁ

ଗାଲ ମୋ"ଯାଇଛି ଶିଝି

କେମିତିକା ପ୍ରେମ ଦରକାର ତୋର

ଆଜି ମୁଁ" ପାରୁଛି ବୁଝି ।

କାଲି କାଲି କହି ସାତ ଦିନ ହେଲା

ଦେଇଛୁ ତୁ'ମୋତେ ଠକି

ଛାଡିବିନି ଆଜି ଆଦାୟ କରିବି

ଆଉ ଯାହା ଅଛି ବାକି ।


Rate this content
Log in