ଶୁଖୁଆ ରାଣୀ
ଶୁଖୁଆ ରାଣୀ
ଶୀତୁଆ ସକାଳେ ଶୀତୁଆ ପଖାଳ
ଘରମଣୀ ତାର ସାଥେ,
ଗୋଡ଼ା ଲୁଣ ସଂଗେ କୋଳି ଲଙ୍କା ମନ୍ଥା,
ଥା'ନ୍ତି ତାଟିଆର କାନ୍ଥେ ।
ପଖାଳ ଘରଣୀ ଚୂଲି ପୋଡ଼ା ହୋଇ
ସଜ ବାଜ ହୋଇ ଯାନ୍ତି,
କାତି ଛଡ଼ା ହୋଇ ଖାରପାଣିଆ ସେ
ମହକ ଫୁଟାଇ ଥାନ୍ତି ।
ପଖାଳ ଗୁଣ୍ଡାଏ ତୁଣ୍ଡେ ଦେଲା ପରେ
ଟିପ ମାରି ନେଉ ତାଙ୍କୁ,
ଭାରିଜାକୁ ତାର ଦେଖିଣ ପଖାଳ
ଧାଇଁଯାଏ ଉଦରକୁ ।
ଗାଁ ଦାଣ୍ଡ ମୋହର ମହକି ପଡଇ
ହେଉ ଯେଉଁଠି ବି ପୋଡ଼ା,
ଅଳପ ସଳପ ଯାହା ଥାଉ ପଛେ
<p> ଶୁଖୁଆ ରାଣୀଟି ଲୋଡା ।
ବାଡି ବିଲାତିକୁ ବେସର ସଂଗରେ
ଖାରପାଣିଆ ଶୁଖୁଆ,
ତବତ ଭାତକୁ ମୁଗ ଡାଲି ଥିଲେ
ଆଉ କିବା ଅଛି ଲୋଡା ।
ହାଟ ସଉଦାରେ ତା ନାଁ ଟି ଆଗ
କାଗଜ ଠୁଙ୍ଗାରେ ଆସେ,
ପୁଷି ବିଲେଇର ଚକା ଚକା ଆଖି
ମଉକାକୁ ଜଗି ବସେ ।
ଏବେ ଶୁଖୁଆକୁ ନାକ ଟେକିଲେଣି
ଛିଃ ...ଛିଃ ...ଗନ୍ଧ କହି,
ବଡବଡିଆଙ୍କ ମନେ ନାହିଁ ଆଉ
କାଲି ଯାଉଥିଲେ ଖାଇ ।