Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy

4  

KRUTIBAS NAYAK

Comedy

କବିତା ଆଳାପ-04 : ତରୁଣ -ଡକ୍ଟର କୃତ୍ତିବାସ ନାୟକ

କବିତା ଆଳାପ-04 : ତରୁଣ -ଡକ୍ଟର କୃତ୍ତିବାସ ନାୟକ

1 min
194



ମନକହେ ଆମ ପୁଅ-ଝିଅ ଜନ୍ମ ହେଉହେଉ ବଢିଯାଉ,

ସଂସାର ଯାକର ଯେତେ ଭଲଚିଜ ଦେଉଦେଉ ଖାଇନେଉ |


ଵର୍ଷକ ଭିତରେ ଚାଲିବା ବୁଲିବା କହିବା ଖେଳିବା ଦେଖୁ,

ଦୁଇବର୍ଷରେ ସେ ପ୍ରୋଜେକ୍ଟ କରିବ ବସ୍ତାନି ବୋହିବା ଶିଖୁ |


ତିନିବର୍ଷ ହେଲେ ରାଇମ ଗାଇବ କେଜିର ପ୍ରଥମ ହେବ,

ଚାରିବର୍ଷ ହେଲେ କମ୍ପୁଟର ଧରି ଭିଡିଓ ଚଳାଉ ଥିବ |


ପାଞ୍ଚବର୍ଷ ହେଲେ ସବୁ ଜାଣିଯାଉ ନିଜକାମ ନିଜେ କରୁ,

ଛଅ ବର୍ଷରେ ସେ ଗୀତ ନାଚ ଚିତ୍ର ଖେଳର କୋର୍ସ ସାରୁ |


ସାତବର୍ଷ ହେଲେ ପାଞ୍ଚ ବର୍ଷ ବୋଲି ଲେଖାଯାଉ ଶ୍ରେଣୀରେ,

ଆଠବର୍ଷରେ ସେ ହାତୀଛୁଆ ପରି ଚାଲୁଥିବ ତା' ବାଟରେ |


ଅଣ୍ଡା ମିଠା ତେଲଛଣା-ମାଗି ଆଉ ଯେତେ ଫାଷ୍ଟଫୁଡ ଅଛି,

ଘରେ କି ବାହାରେ ଭୋଜିଖିଆ ବେଳେ ଖାଇଯାଉ ବାଛି ବାଛି |


ତରୁଣ ହେବାକୁ ଦେବୁନି ପିଲାଙ୍କୁ ଏକାଥରେ ହେଉ ଯୁବକ,

ପଢୁ ପଢୁ ପାଠ ଚାକରି କରୁ ସେ ବିଦେଶରେ କରୁ ସଅକ |



Rate this content
Log in

Similar oriya poem from Comedy