STORYMIRROR

Shanti Mishra

Children Stories Comedy

4  

Shanti Mishra

Children Stories Comedy

ସ୍ଵପ୍ନ ଡଙ୍ଗା ଟି ମୋର

ସ୍ଵପ୍ନ ଡଙ୍ଗା ଟି ମୋର

1 min
220


ଛଳ ଛଳ ଝରେ ବରଷା ଜଳ

କଳ କଳ ଶୁଭେ ସ୍ରୋତ ତାହାର

ଏଇତ ଅଟଇ ପ୍ରକୃଷ୍ଟ ବେଳ

ସମୟ ତ ହୋଇଛି ଦ୍ଵି ପ୍ରହର


ବାପା ଶୋଇ ଯାଇଛନ୍ତି ନିଦରେ

ବୋଉ କାମେ ବ୍ୟସ୍ତ ରୋଷେଇ ଘରେ

କାଗଜ ଡଙ୍ଗା ଟି ଦେଲି ଭଷେଇ

ଲେଖି “ପ୍ରିୟତମା ନୂପୁର” ବୋଲି


ତା ପାଖେ ଡଙ୍ଗା ଯାଇ ପହଞ୍ଚି ଥିବ

ଭାବୁଛି ନିଶ୍ଚୟ ସେ ଖୁସି ହେବ

କି ହୋଇଥିବ ତାର ପ୍ରତିକ୍ରିୟା

ଦେଖିବାକୁ ମନ ହେଉଛି ବାଇ


ଯେତେ ଥିଲା ମନ ତଳେ ଲୁଚି କଥା

ଡଙ୍ଗାରେ ଭର୍ତି କରି ଦେଲି ପଠେଇ

ଯେତିକି ଅାଗ୍ରହେ ମୁଁ ପଠେଇ ଅଛି

ସେତିକି ଅାଗ୍ରହେ ଗ୍ରହଣ କରିବ ସେଇ


ଏତିକି ଆଶା ଭରଷା ଅଛି ମୋର ତା ପାଶେ

ଛୋଟ ଡଙ୍ଗା ହେବ ବିରାଟ ପୋତ ତାର ପରଶେ

ଯେବେ ଫେରି ଆସିବ ଡଙ୍ଗା ଟି ନେଇ ତାର ସନ୍ଦେଶ

ବିତରୁଥିବ ହଜାର ରଙ୍ଗର ମଧୁର ସୁବାଷ


ସେଥିରେ ଭରି ରହିଥିବ ଆମ

ସ୍ଵପ୍ନ ଖେଳଘରର ସବୁ ସରଞ୍ଜାମ

ରାଜା ରାଣୀ ଖେଳ ଆରମ୍ଭ ହେବ

କେତେ ମିଠା କେତେ ସୁନ୍ଦର ସେ ଦିନ ହେବ


ଚାହିଁ ଚାହିଁ ଡଙ୍ଗାର ଲେଉଟାଣି ବାଟକୁ

ଅପେକ୍ଷା କରେ ଆସନ୍ତା ବର୍ଷର ନୂଆ ବର୍ଷା କୁ

କିନ୍ତୁ ସେଦିନୁ ବିତିତ ଗଲାଣି ଅନେକ ବରଷ

ନା ଫେରିଛି ଡଙ୍ଗା ନା ଫେରିଛି ସ୍ଵପ୍ନର ଅବଶେଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍