କେତେ ମିଥ୍ୟା କେତେ ସତ୍ୟ
କେତେ ମିଥ୍ୟା କେତେ ସତ୍ୟ


ପାପୀଙ୍କ ତାଲିକାରେ ମୋ ନାମ ଦେଖି,
ସେଦିନ ପଡିଥିଲି ମୁଁହିଁ ଚମକି l
କେତେବେଳେ କଲି ମୁଁ ଏତେ ପାପ !
ଏବେ ଅନୁତାପ କରିବିକି କରିବି ପଶ୍ଚାତାପ !
ସେ ପାଇଁ କି ଅଛନ୍ତି ଟିକେ କ୍ରୋଧିତ l
ମୋ ଉପରେ ସେଇ ଜଗତ ନାଥ ll
ପ୍ରାର୍ଥନା କରିଥିଲି ତ ଦେଖେଇବାକୁ ସୁପଥ l
କଢାଇନେଲେ କିଏ କେତେବେଳେ ଦେଖାଇ ଅବାଟ ll
ବଞ୍ଚିବା ପାଇଁ ଏ ବିଚିତ୍ର ସଂସାରେ l
ସଂଘର୍ଷ କରିଛି ଅନେକ ପ୍ରକାରେ ll
ପାପ ପୂଣ୍ୟ କିଛି ଚିନ୍ତା ନକରି l
ଆଗ ପଛ କଥା କିଛି ନ ବିଚାରି ll
ନିତି ଧାଇଁ ଚାଲେ କଣ୍ଟା ଝଣ୍ଟାକୁ ମାଡି l
p>
କେତେଥର ପଡିଛି ବି ତଳେ ହୋଇ କଚାଡି ll
ମୁକ୍ତି ପାଇବା ପାଇଁ ସେ ଅସହ୍ୟ କଷ୍ଟରୁ l
ହୁଏତ ଅଜାଣତେ ଦେଇଛି କିଛି ପାପ କରି ll
ଅବା ସୁକର୍ମ ଅପକର୍ମର ପ୍ରଭେଦ ନଜାଣି ପାରି l
ଅଜ୍ଞାତରେ ମନ ଇଛା ଯାହା ସବୁ କରି ଚାଲିଥିଲିll
ହୁଏତ ତୁମ ଦୃଷ୍ଟିରେ ତାହା ପାପ ହିଁ ଥିଲା l
ସେ ପାଇଁ ପାପୀ ତାଲିକାରେ ନାମ ଚଢେଇଦେଲ ll
ଏବେ ତ ଉପାୟ ଆଉ ମୋର କିଛି ନାହିଁ l
କ୍ଷମା ମାଗିବା ବ୍ୟତିତ କିଛି କରି ନପାରେ ମୁହିଁ ll
ସର୍ବ ମୁଖୁ ଶୁଣିଥିବା ତୁମ ଦୟାଳୁ ନାମ l
ଜାଣେ ମୁକ୍ତି ଦେବା ପାଇଁ କେବେ ହେବ ନାହିଁ ଅକ୍ଷମll