STORYMIRROR

Shanti Mishra

Classics

4  

Shanti Mishra

Classics

ମାତୃ ଦିବସ ଉପଲକ୍ଷେ

ମାତୃ ଦିବସ ଉପଲକ୍ଷେ

1 min
22


ନାରୀକୁ ଦେଇ ଏକ ମାତୃ ହୃଦୟ,

ନିଶ୍ଚନ୍ତରେ ରହିଛନ୍ତି ପ୍ରଭୁ ନିଶ୍ଚୟ l

ନିଜେ ଡରିକି ବି ସନ୍ତାନକୁ ଦେଇ ଚାଲେ ଅଭୟ,

ଆସୁ ଝଡ, ବିସ୍ତାରିତ କରି ଦିଏ ତା ରକ୍ଷା ବଳୟ l

ସକାଳୁ ସଞ୍ଜ ଯାଏ ତାର ଯେତେ ଖଟଣି,

ସନ୍ତାନଙ୍କ ସୁଖ ପାଇଁ କରିଚାଲେ, ତାକୁ କିଛି ବାଧେନି l

ଖାଏ କେବେ ନ ଖାଏ କେବେ ନିଜ କଥା ଭାବେନି,

ସଦା ଜାଗ୍ରତ ପ୍ରହରୀ, ହେଲା ପରେ ଜନନୀ l

ସ୍ନେହ ଶ୍ରଦ୍ଧା ବଳେ କରି ଚାଲିଛି ଜଗତ ବିଜୟ,

ନିଜ କଥା ଭାବିବାକୁ ତାକୁ ନାହିଁ ସମୟ।

ବଞ୍ଚିବାର କଳ କୌଶଳ ଶିଖିବାକୁ ତାକୁ ହୁଏନି ବେଳ,

ଆତ୍ମ ରକ୍ଷା ପାଇଁ କରିବାକୁ ପଡ଼ି ଯାଏ ଅନ୍ୟ ଉପରେ ନିର୍ଭରl

ସେପାଇଁ ଦେଖାଏ ନାଲି ଆଖି ବେଳେ ବେଳେ ସଂସାର,

ନଚାଏ ଆଙ୍ଗୁଠି ଆଗେ କେବେ କେବେ ଭାବି ତାକୁ ଦୁର୍ବଳl

କେତେ ଥର ବଂଚିଛି ବି ସେ ହୋଇ ଅସହାୟ,

ତଥାପି କ୍ଷମା କରି ଚାଲେ, ଶାନ୍ତି ଚାହେଁ ସେ ଚାହେଁ ନାହିଁ ପ୍ରଳୟ l

ବିଶ୍ଵକର୍ତ୍ତାଙ୍କ ସୁନ୍ଦର ସୃଷ୍ଟିର ସେ ଏକ ବିସ୍ମୟ,

ନଚେତ ଏ ସଂସାର କେବେ ଠାରୁ ହୋଇ ସାରନ୍ତାଣି ବିଲୟ l

ଏଥିରେ ନାହିଁ ତ ଟିକେ ସଂସୟ,

ମା, ଜନନୀ, ନାରୀ ହେଉ ତୋର ସଦା ଜୟ ଜୟ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics