Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Romance

3  

Shanti Mishra

Romance

କିଛି ମୁହୂର୍ତ୍ତର ସାଥୀ

କିଛି ମୁହୂର୍ତ୍ତର ସାଥୀ

1 min
6



ନା ଅର୍ପଣରେ ନା ସମର୍ପଣରେ,

କେଉଁଠି ରହିଗଲା ଦୋଷ ମୋହର l


ଥରେ କହିଦେଲେ ରୋକାନ୍ତି ନାହିଁ ଆଉ ପଥ ତୁମର,

ତୁମ ନିଜ ଇଚ୍ଛାରେ ବଞ୍ଚିବାର ଅଧିକାର ଅଛି ତୁମରl


ବାନ୍ଧି ହୋଇ ଅନିଚ୍ଛାକୃତ ବନ୍ଧନରେ ରହିବାକୁ,

କେବେ କରିବିନି ଅନୁରୋଧ ଆଉ ଭବିଷ୍ୟତରେ l


ହେଲେ ଜାଣିବାକୁ ଚାହେଁ ଏତିକି ମାତର,

କଣ ଆଉ କରିଥିଲେ ମନ କିଣି ପାରିଥାନ୍ତି ତୁମରl


ମନ ଦର୍ପଣରେ ଯେବେ ଦେଖେ ନିଜକୁ,

ପାଏନା ଖୋଜି ଅପରାଧନୀୟ କିଛି ସ୍ଵାକ୍ଷର l


ଭାଗ୍ୟକୁ ଦୋଷ ଦେଇ ଏତେ ଶୀଘ୍ର ଓହୋରି ଯିବାକୁ,

ମନ ଚାହେଁନା ଏ ସଂପର୍କ ଡୋରୀରୁ କେବେବି l


ତେଣୁ ପଚାରିବାକୁ ଆଜି ଦୁଃସାହାସ କରୁଛି,

ଅପେକ୍ଷା କରୁଛି ମଧ୍ୟ କିଛି ସମୀଚୀନ ଉତ୍ତରର l



Rate this content
Log in

Similar oriya poem from Romance