STORYMIRROR

Shanti Mishra

Others

4  

Shanti Mishra

Others

ସ୍ଵାଗତ, ନୂଆ ବରଷ !

ସ୍ଵାଗତ, ନୂଆ ବରଷ !

1 min
362

ସ୍ଵାଗତ, ନୂଆ ବରଷ !

ଶାନ୍ତି ଲତା ମିଶ୍ର, ରଚେଷ୍ଟର, ଆମେରିକା

ନୂଆ ବରଷ, ନୂଆ ବରଷ !

ହସି ହସି ଆସ ତ ସବୁ ବରଷl

ସେ ହସ ରହେନା କିନ୍ତୁ ସାରା ବରଷl ୧l


ସବୁ ବର୍ଷ ସିନା ଆଗ୍ରହେ ସଜାଏ ତୁମକୁ l

ଭୁଲିଯାଅ କିନ୍ତୁ ସବୁ ତୁମେ ତୁମ ଶପଥକୁ l

କାହିଁକି ଖୁସିରେ ମିଶେଇ ଦିଅ ଲୁହକୁ l ୨ l


ତଥାପି ନୂଆ ଆଶା ନେଇ କରେ ପ୍ରତୀକ୍ଷା l

କାଳେ ହେବ ଦୟା ଏ ବର୍ଷ, କରିଦେବ ତୁମ ପ୍ରତିଶୃତି ରକ୍ଷା l

ବେଶୀ ମାଗୁନାହିଁ, ସଦିଛା ନେଇ ଆସିବ କରେ ଏତିକି ଭିକ୍ଷା l ୩ l


ହେ ଦୁଇ ହଜାର ଚବିଶ! ତୁମକୁ ଦେଉ ଅଛି ବିଦାୟ l

ଅନୁରୋଧ ହେ ନୂଆ ବରଷ, ଏ ବର୍ଷ ହେବ ଟିକେ ସଦୟ l

ବାସ୍ତବତା ଆଣିଦେବ ଜୀବନେ ନକରି କିଛି ନୂଆ ଅଭିନୟl ୪ l


ଦୁଇ ହଜାର ଚବିଶ ତୁମ ସ୍ମୃତିକୁ ପାଥେୟ କରିl

ଦୁଇ ହଜାର ପଚିଶକୁ କରେ ଅନୁରୋଧ, ସର୍ବ ସୁଖେ ବାହିନେବ ଜୀବନ ତରୀ l

“ସର୍ବେ ଭବନ୍ତୁ ସୁଖୀନମ୍” ଏ ଉକ୍ତିରେ ଦେବା ସତ୍ୟତା ଭରିl ୫ l



Rate this content
Log in