Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Classics

3  

Shanti Mishra

Classics

ମା ଆସିବେ

ମା ଆସିବେ

1 min
161



ପାଖେଇ ପାଖେଇ ଆସେ ଉଆଁସ l

ମା କାଳୀ କରିବେ ଧରାରେ ପ୍ରବେଶ ll

ଖୁସିରେ ନାଚିଲେଣି ଧରଣୀ ଓ ଆକାଶ l

ସବୁରି ମୁହଁରେ ଦିଶେ ହସ ହିଁ ହସ ll


କିଛି ପାଇବାର ଆଶା ତାଙ୍କଠୁ l

ବଳବତ୍ତର ହୋଇ ରହେ ଆଜିଠୁ ll

ଛୁଟି ମିଳିଯିବ କିଛି ଦିନ କାମଠୁ l

କିଛି ମଧୂର ନାହିଁ ସଂସାରେ ମା’ ଠୁ ll


ତାଙ୍କ ଠାରୁ ବଳି ନାହିଁ ଅଭୟ ଆଶ୍ରୟ l

ଦେଖିଦେଲେ ତାଙ୍କୁ ଦୂର ହୁଏ ସବୁ ସଂଶୟ ll

ନିଶ୍ଚେ ପୋଛିଦେବେ କାହା ଆଖିର ଲୁହ l

ଛାତି ତଳେ ଜମି ଥିବା ଯୁଗ ଯୁଗର କୋହ ll


ତାଙ୍କ କରୁଣା ହାତର ପରଶ ପାଇ l

କେତେ ମୂର୍ଛାହତ ଯିବେ ଜାଗ୍ରତ ହୋଇ ll

ଦୟାର ପଣତ କାନି ତାଙ୍କ ପ୍ରସାରୀ ଦେଇ l

ଇସାରାରେ କହିବେ ମୁଁ ଅଛି ତୋ ପାଇଁ ll


ହାତ ଗଣତିରେ ଦିନ ସରୁଛି l

ମଙ୍ଗଳ ଆଳତୀ ଦୂରୁ ଶୁଭୁଚି ll

ଆନନ୍ଦ ଲହରୀ ଛୁଟି ଚାଲିଛି l

ଶୁଭି ଯାଏ କାନେ ମା ଆସୁଛି ମୋ ମା ଆସୁଛି ll



Rate this content
Log in

Similar oriya poem from Classics