STORYMIRROR

Shanti Mishra

Classics

4  

Shanti Mishra

Classics

ମାତୃ ଦିବସର ଶୁଭ କାମନା

ମାତୃ ଦିବସର ଶୁଭ କାମନା

1 min
29

ତତେ ଯୋଉ ନାମେ ଡାକିଲେ ବି ମା

ଶୁଭେ କାନକୁ ଭାରି ମଧୁରl

ତୋ ଆଖିରେ ତୋ ସନ୍ତାନ ଠାରୁ

ଆଉ ନାହିଁ ଜଗତେ କେହି ସୁନ୍ଦର ll

ବୟସ ତାର ଯେତେ ବଢୁଥାଉ

ହେଉ ତାକୁ ଦଶ କି ପନ୍ଦର l

ତୋ ଆଖି ଆଗରେ ଦିଶେ ସଦା ସେ

ଏକ ବାଳକ ଚପଳ ll

ଖାଇଛି କି ନଖାଇଛି

କାହିଁକି ଏଯାଏ ପଚାରି ବୁଝୁ l

କୁଆଡେ ଯାଇଛି କେତେବେଳେ ଆସିବ

ଦାଣ୍ଡ ଦୁଆରେ ଜଗି ବସୁ ll

ଘରେ ସମସ୍ତେ ଶୋଇ ଗଲେ ବି

ତୁ ଚାହିଁ ରହିଥାଉ l

ଘରକୁ ନଫେରିଲା ଯାଏ

ତୁ ଶାନ୍ତିରେ ରହି ନପାରୁ ll

ମା ହେଲା ପରେ ଗୋଟିଏ ଜାଗାରେ

ଧ୍ୟାନ ତୋ ସଦା ରହେ ହୋଇ କେନ୍ଦ୍ରୀଭୂତ l

ସୃଷ୍ଟି କର୍ତ୍ତା ଙ୍କର ଏଇ ବିରାଟ ସୃଷ୍ଟିରେ

ତୁ ଏକ ଚମତ୍କାର ଏକ ଅଦଭୁତll

ଭୁଲି ଯାଉ ଜଗତକୁ ତ କେବେ ନିଜକୁ

କରି ତା ରକ୍ଷଣ ବେକ୍ଷଣl

ଧନ୍ୟ ତୁ, ଧନ୍ୟ ତୋ ସ୍ରଷ୍ଟା,

ତତେ ଓ ତାଙ୍କୁ ଲକ୍ଷେ ପ୍ରଣାମ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics