STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ମାଆଙ୍କ ଧରାବତରଣ

ମାଆଙ୍କ ଧରାବତରଣ

1 min
355


ମାଟିରେ ମୂର୍ଚ୍ଛନା ଜହ୍ନରେ ଯୋଛନା

ପାଣି ପବନରେ ମାଆଙ୍କ ବନ୍ଦନା

ମୁଖରିତ ହୁଏ ପୂଜା ପାର୍ବଣ

ମାଆଙ୍କର ଧରା ଅବତରଣ

ସେତ ପୂରଣ କରନ୍ତି ମନ ବାସନା ।


ମହିଷାସୁର ନିଧନ ପାଇଁ

ଦେବାଗ୍ନିରୁ ଜନ୍ମ ମହାମାୟୀ

ସିଂହପରେ ବିରାଜିତା ହୋଇ

ଅସୁର ସାଥେ କଲେ ଲଢେଇ

ଶୁମ୍ଭ ନିଶୁମ୍ଭ ଙ୍କ ପ୍ରାଣ ନାସିଲେ

ମହିଷାସୁର କୁ ବଧ କରିଲେ

ଦେବୀ ଦୂର କଲେ ସ୍ବର୍ଗପୁରୀ ଯାତନା ।


ତ୍ରେତୟାରେ ମାୟାବୀ ରାବଣ

ସୀତାମାତାଙ୍କୁ କଲା ହରଣ

ବ୍ରହ୍ମା ବଳେ  ବଳିୟାନ ସେହି

ନଥିଲେ ବୀର ତାପରି କେହି

ତାସାଥେ ଲଢିବା ପାଇଁ ଶ୍ରୀରାମ

ଅକାଳେ ଦୁର୍ଗା  ଙ୍କୁ କଲେ ବୋଧନ

ମାଆ ଦଶହରି ଢାଳିଦେଲେ କରୁଣା ।


ରାବଣ ମାରି ଶ୍ରୀରଘୁବୀର

ସୀତା ମାତାଙ୍କୁ କଲେ ଉଦ୍ଧାର

ମାତା ଦୁର୍ଗା ଙ୍କ ଉଡିଲା ଧ୍ଵଜା

ସେଦିନୁ ଶରତେ ଦେବୀପୂଜା

ସିଂହବାହିନୀ ରୂପେ ଆସି ମାଆ

ଭକ୍ତ ମାନଙ୍କୁ ହୋଇଥାନ୍ତି ସାହା

ହୁଏ ମଣ୍ଡପେ ମାଆଙ୍କ ପୂଜା ଅର୍ଚ୍ଚନା ।


ଆଶ୍ୱିନ ମାସେ ଶରତ ହସେ

ପୂଜା ପାର୍ବଣ ଦଶରା ଆସେ

ଶୁକ୍ଳ ପକ୍ଷରେ ମାଆଙ୍କ ପୂଜା

ବିଜେ କରନ୍ତି ମା ଦଶ ଭୂଜା ।


ହୁଏ ହୋମ ଯଜ୍ଞ ଚଣ୍ଡୀ ପଠନ

ମାଆଙ୍କ ମହିମା ଗାନ କିର୍ତ୍ତନ

ମାଆ ପୂରଣ କରନ୍ତି ମନ ବାସନା

ଷଷ୍ଠୀ ରେ ହୁଏ ବେଲ ବରଣ

ସପ୍ତମୀ ପ୍ରଭାତେ ଚକ୍ଷୁ ଦାନ

ଅଷ୍ଟମୀ ରାତିରେ ସନ୍ଧିପୂଜା

ଲଳିତ ମୁଦ୍ରାରେ ଦଶଭୂଜା

ଅପରାଜିତା ହୋମ ନବମୀ ଦିନ

ଦଶରା ସିନ୍ଦୂର ଖେଳ ରେ ମନ

ପର ଦିନ ବିସର୍ଜନ ଭଲ ଲାଗେନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics