STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ସାଧାରଣ ମଣିଷ

ସାଧାରଣ ମଣିଷ

1 min
304


ଏକ ସାଧାରଣ ମଣିଷ

କେବେ ଭୁଲ୍,କେବେ ଠିକ୍

ବଞ୍ଚିବା ପାଇଁ ସଂଘର୍ଷ

ଭୁଲ୍ ଥାଇ ବି ଜିବନ ବଞ୍ଚିବ।


ମୁଣ୍ଡ ଉପରେ ମୁକୁଟ ନାହିଁ

ପରୀକ୍ଷା ବି ଲାଗି ରହିଛି

ଆଉ ସ୍ପୃହା ନାହିଁ,ପରୀକ୍ଷା ପାଇଁ

ଅପେକ୍ଷା କରିଛି,ସହଜ ଜିବନ

ସରଳ ଜିବନ ଯାପନ,ଏକାନ୍ତ କାମ୍ୟ।


କୌଣସି ଚାପ ବି ନାହିଁ

ନିଜକୁ ନିଜେ ମହାପୁରୁଷ କହିବା

ବଡ ମଣିଷ ର ପ୍ରତିଛବି ସୃଷ୍ଟି କରିବା

ନିତିଦିନିଆ କାର୍ଯ୍ୟ ହାସଲ ହେଉଛି

ଚାପ ନ ଥାଇ,ସବୁ ପଦକ୍ଷେପର ହିସାବ ନ ରହୁ

ବଞ୍ଚିବାର ସ୍ଵାଧୀନତା ନିହାତି ବିଧେୟ।


ଜୀବନ ମିଳିଛି ଓ ଅଛି

ଜିଇଁବା ର ଅଧିକାର ବି ନିଜର

କାହାର ଅଧୀନ ଗ୍ରହଣୀୟ ନୁହେଁ

ଏ ଜୀବନରେ,କାହାର ଅଧିକାର ନ ରହୁ।


ଜୀବନରେ କିଛି ଭୁଲ୍ ବି ହେବ

ଭୁଲ୍ ରୁ ଶିକ୍ଷା ମିଳିବ

ଭୁଲ୍ ର ଅଭିଜ୍ଞତା ବି ମନେ ରହିବ।


ମଣିଷ ଜୀବନ ଓ ଭୁଲ୍

ଏକ ସ୍ଵାଭାବିକ ଘଟଣା

ଭୁଲ୍ ହୋଇଗଲା ବୋଲି ଡରିଲେ ହେବନି

ଚୁପ୍ ହୋଇ ବସିଲେ ଆହୁରି ଭୟ ଓ ଭୁଲ୍

ଭୁଲ୍ ର ପୁନରାବୃତ୍ତି ନ ହେଉ।


ଭୁଲ୍ ରୁ ଶିକ୍ଷା ମିଳିବ

ପୁଣି ଜୀବନରେ ଆଗକୁ ଯିବାକୁ ହେବ

ଜୀବନରେ ଅଗ୍ରଗତି ବି ହେବ।


ଆଉ ଥରେ ପୁନରାବୃତ୍ତି ହେଉ

ଏକ ସାଧାରଣ ମଣିଷ

କେବେ ଭୁଲ୍ ହେବ,କେବେ ଠିକ୍ ହେବ

ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ହେବ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract