STORYMIRROR

Ramakanta Swain

Classics

4  

Ramakanta Swain

Classics

ହେ ଦେବୀ

ହେ ଦେବୀ

1 min
360


ପ୍ରଭାତୁ ଉଠିଲେ ମାଆ ଅଧମ ଜନରେ ଦୟା

ପୟରେ କରୁଛି ଅଳି ମଙ୍ଗଳା ମାଆ

ଆଶିଷ ନୋହିଲେ ତୋର ଦିନ ସରେ ନାହିଁ ମୋର

ଆପଦେ ବିପଦେ ମାଆ ହୋଇବୁ ସାହା

ସଂସାର ମଙ୍ଗଳେ ମଙ୍ଗଳା

ଆଦ୍ୟାଶକ୍ତି ମହାମାୟା

କରୁଛୁ ଲୀଳା ।୧।


ତୁହି'ତ ଜନନୀ ମୋର ସେବି'ବି ତୋର ପୟର

ଆଶାରେ ଚାହିଁଛି ମୁହିଁ କରୁଣା ତୋର

ପାଇଲେ କରୁଣା ତୋର ମୁକତି ହୋଇବ ମୋର

ଆକୁଳେ ଡାକୁଛି ପାଦେ ନୁଆଇଁ ଶିର

ଜଗତ ଜନନୀ ମଙ୍ଗଳା

ଦୟାମୟୀ ହୃଦେ ମୋର

କରିବୁ ଖେଳା ।୨।


କାକଟପୁରେ ମଙ୍ଗଳା ଶ୍ରୀକ୍ଷେତ୍ର ଶିରି ବିମଳା

ଜଗତ କରତା ନାଥ କରେ ଆଶରା

ଷାଠିଏ ପଉଟି ଅନ୍ନ ନୋହିଲେ ତୋର ଦର୍ଶନ

ଉପବାସ ରହି ନାଥ ଯନ୍ତ୍ରଣା ଭରା

ଆଦେଶ ନୋହିଲେ ମଙ୍ଗଳା

ମରତେ ଦାରୁ ମିଳେନା

ବିଚିତ୍ର ଲୀଳା ।୩।


ସମ୍ବଲପୁର ବାସିନୀ ମର୍ତ୍ୟେ ଆଶିଷ ଦାୟିନୀ

ଯାଜକ୍ଷେତ୍ର ରହି ନାମ ବିରଜା ହୋଇ

ଦୁର୍ଗତୀ ନାଶିନୀ ମାତା ସନ୍ତାନେ ଅଭୟ ଦାତା

ଜଗତ ଜନନୀ ମାଆ ରହିଛୁ ଚାହିଁ

ପୟରେ କରୁଛି ଅରଜ

ଦୟାମୟୀ କୃପା ବହି

ହୃଦେ ବିରାଜ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics