STORYMIRROR

Ramakanta Swain

Others

4  

Ramakanta Swain

Others

କ୍ରମଶଃ

କ୍ରମଶଃ

1 min
274


ଜୀବନ ଯାତରା ହୋଇଛି ଅସରା

କ୍ରମଶଃ ବଦଳି ଯାଏ

ଶିଶୁ ହୁଏ ବଡ ଖୋଜେ ଜୁଇ ଗାଡ଼

ଦୁନିଆଁ ଦେଖିଛି ସିଏ ।୧।

ସୃଷ୍ଟି ର ସର୍ଜନା ପ୍ରଳୟ କଳ୍ପନା

ଆରମ୍ଭରୁ ଅନ୍ତ ହୁଏ

ଖସଡ଼ା କ୍ରମଶଃ ହରଷ ବିରସ

କ୍ରମେ କ୍ରମେ ଆସୁ ଥାଏ ।୨।

ବିଚିତ୍ର ଦୁନିଆଁ ଲାଗେ ନୂଆ ନୂଆ

ଜଳୁନି ଏନ୍ତୁଡି ନିଆଁ

ସୌନ୍ଦର୍ଯ୍ୟ ବିକାଶ ମାତା ମୁଖେ ହସ

ଲିଭିଲା ଏନ୍ତୁଡି ଧୁଆଁ।୩।

ସ୍ତନ ଭାଙ୍ଗି କ୍ଷୀର ନ'ଦିଏ ଆହାର

ରବର ଚୁଚୁମି ପିଲା

ଧରାଇ ବୋତଲ ସ୍ନେହ ହୀନ ଗେଲ୍ଲ

ଧାଇ କୋଳେ ଛାଡି ଦେଲା ।୪।

ପିଲାଟି ଦିନରୁ ଖାଇ ବୋତଲରୁ

ବୋତଲରେ ହେଲା ପ୍ରେମ

ବଢିଲେ ବୟସ ବୋତଲ ପୀୟୂଷ

ଅୟସରେ ଅନୁପମ।୫।

ପୁରୁଷ ପୂଙ୍ଗବ ସମ୍ଭ୍ରାନ୍ତ ସମ୍ଭବ

ପ୍ରଣାମ ପାରୁନି କରି

ଗୁରୁଜନ ଦେଖି ଖୋଜୁଛି ସୁଉକି

ପାଦ ନୁହେଁ ଆଣ୍ଠୁ ଧରି ।୬।

ଦେଖିଲେ ସନ୍ତାନ ଶିଖିଲେ ସମ୍ମାନ

ଆଉ ପାଦେ ଆଗେ ଯାଇ

ହାଏ ହାଲୋ କରି ହାତେ ହାତ ଧରି

ପ୍ରଣିପାତ ଜାଣେ ନାହିଁ।୭।

ହେଲାଣି ଅସାର ମଥାର ସିନ୍ଦୁର

ଟିକିଲି ହୋଇଲା ସାକ୍ଷୀ

ନାଲି ଶଙ୍ଖା ଚୁଡ଼ି ଶାଢ଼ୀ ପିନ୍ଧା ଛାଡି

ଲାଜ ହୀନ ମୁକ୍ତ ପକ୍ଷୀ ।୮।

ନାରୀର ଭୂଷଣ ହେଲା ଅକାରଣ 

ମନୋହାରି ଘରେ ନାହିଁ

ସଂସ୍କାର ସଂସ୍କୃତି ଭୁଲି ନାରୀ ନୀତି

ବିଉଟି ପାର୍ଲର ଯାଇ ।୯।

ଆମେ ପିତା ମାତା କଲୁ ନାହିଁ ଚିନ୍ତା

ସଂସ୍କାର ସଂସ୍କୃତି ଭୁଲି

ସନ୍ତାନ ସନ୍ତତି ଦେଖି ଆମ କୃତି

ସେହି ପଥେ ଗଲେ ଚାଲି।୧୦।

ପୁରୁଷ ପୌରୁଷ ସଂସ୍କାର ବିନାଶ

ନାରୀ ମାଂସେ ନେତ୍ର ଭରି

ନାରୀ ନିର୍ଯାତନା ନୁହଁଇ କଳନା

ମଦ'ରେ ଚାଖଣା କରି ।୧୧।

ନୀତି ହୀନା ନାରୀ ମାତୃତ୍ଵ ପାଶୋରି

ବିଳାସ ବ୍ୟସନ ଚାହିଁ

ଉଗ୍ର ଆଧୁନିକା ବିପଥେ ପ୍ରତୀକ୍ଷା

ଅର୍ଦ୍ଧ ନଗ୍ନ ବେଶ ହୋଇ ।୧୨ ।

ହୋଇଲେ ସଞ୍ଜମ କରମ ଉତ୍ତମ

ସତ୍ୟ ଶାନ୍ତି ଧର୍ମ ପଥ

ନର ନାରୀ ବେନି ପୁତ୍ର କନ୍ୟା ଘେନି

ସଂସାର ହୋଇବ ସୁସ୍ଥ ।୧୩।

ସାଧୁ ସାବଧାନ ହୃଦୟ ତଲ୍ଲୀନ

ସଂସ୍କାର ସଂସ୍କୃତି ମାନ

ସୁସ୍ଥ ଭବିଷ୍ୟତ ହୋଇବ ଉନ୍ନତ

ସ୍ନେହ ଶ୍ରଦ୍ଧା ପ୍ରୀତି ପୂର୍ଣ୍ଣ।୧୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍