STORYMIRROR

Ramakanta Swain

Inspirational Others

4  

Ramakanta Swain

Inspirational Others

ପ୍ରଶ୍ନ କେବେ କେମିତି?

ପ୍ରଶ୍ନ କେବେ କେମିତି?

1 min
240

ଜୟଜଗନ୍ନାଥ


ପ୍ରଶ୍ନ'ରୁ ଉତ୍ତର ଗଢିଛି ସଂସାର

ଜୀବନ ମରଣ ଦୁଇ

ସହଜ ସରଳ ହୁଅଇ ଜଟିଳ

କେବେ'ବି ଉତ୍ତର ନାହିଁ।୧।

ଅ'ସମାହିତ ପ୍ରଶ୍ନ ବିଷାଦ ଜୀବନ

ହେଉ ଥିବ ଅନ୍ତର୍ଦାହ

ଜୀବ ଥାଉ ଥାଉ ଲୁହ ହୁଏ ଲହୁ

ଉଜାଣି ପବନ ସୁଅ ।୨।

ପ୍ରଶ୍ନ'ରେ ତଲ୍ଲୀନ ହୋଇଲେ ପରାଣ

ବିକଶିତ ସମାଧାନ

ନ'ହୋଇ ଅଧିର ପାଇବ ଉତ୍ତର

ସଫଳତା ଯଶ ମାନ ।୩।

କେତେବେଳେ ପ୍ରଶ୍ନ କରେ ସନ୍ଦିହାନ

ବୁଶ୍ଚିକ ଦଂଶନ ପରି

ସନ୍ଦେହ ର ନିଆଁ ଜାଳିବ ଦୁନିଆଁ

ହୃଦୟେ କଷଣ ଭରି।୪।

ଜ୍ଞାନ ହୁଏ ବୃଦ୍ଧି ପ୍ରଶ୍ନ ଯେବେ ସିଦ୍ଧି

ସଫଳ ହୁଅଇ କର୍ମ

ଜୀବନ ଯାତରା ସୁଗମ ପସରା

ପାଳିବ ସଂସାର ଧର୍ମ ।୫।

ଜୀବନର ମାନେ କିଏ କେତେ ଜାଣେ

ସଂସାରେ ସଂସାରୀ ହୋଇ

ସୁନ୍ଦର ସଂସାର ନୋହିବ ଅସାର

ସେତିକି ସଫଳ ପାଇ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational