STORYMIRROR

Ramakanta Swain

Fantasy Others

4  

Ramakanta Swain

Fantasy Others

ବାପୁ

ବାପୁ

1 min
294


କେଉଁ ଦୁନିଆଁରେ ରହିଲ ସତରେ

ଖୋଜୁଛି ଦୁନିଆଁ ଆମ

ତୁମେ ଥିଲ ଏକା ଦେଇଥିଲ ଶିକ୍ଷା

ଭୁଲିନୁ ସ୍ମୃତିକୁ ତୁମ।୧।

ଆଜିର ଦୁନିଆଁ ଭାରି ଶିଆଣିଆ

ଅନେକ ସାଜିଲେ ଗାନ୍ଧୀ

ଉଚାରି ଅହିଂସା ଆଚରଣେ ହିଂସା

ଦିନ ଯାଏ କାନ୍ଦି କାନ୍ଦି।୨।

ଶୋଷଣ କଷଣ କରି ହିନୀମାନ

ଫୁଲାଇ ଚାଲନ୍ତି ଛାତି

ତୁମେ ଥିଲେ ଗାନ୍ଧୀ ଦେଇ ଥାନ୍ତେ ବାନ୍ଧି

ଗଳାରେ ଲଗାଇ କାତି।୩।

ନାରୀର ଉନ୍ନତି ଦେଶର ପ୍ରଗତି

ତୁମେ ସିନା ଥିଲ କହି

ସେହି ନାରୀ ଆଜି ହୁଏ ତାଙ୍କ ଭୋଜି

ଯନ୍ତ୍ରଣା ପାରୁନି ସହି।୪।

ହୋଇ ଅତ୍ୟାଚାରୀ ଶିଶୁ ଖାଦ୍ୟ ଚୋରି

କରନ୍ତି ଖୋଲମ୍ ଖୋଲା

ଲୁଟି ଖାଇବାକୁ ପକାଇ ତାଲ୍ଲାକୁ

ପଛ ଦୁଆରତ ମେଲା।୫।

ଲୁଟିଲେ ସରବ ବଢ଼ିଲେ ଗରୀବ

ଭୁଲିଗଲେ ଧର୍ମ କର୍ମ

ହୋଇଲେ କୁବେର ବିଳାସେ ବେଭାର

ସୁରା ସାକୀ ଭରେ ମର୍ମ।୬।

ଭୁଲିଲେ ସଂସ୍କୃତି କରିଲେ ଅନୀତି

ଅପସଂସ୍କୃତି ରେ ମାତି

ଫେରି ଆସ ବାପୁ ଉଦ୍ଧାରିବ ପାପୁ

ବଢୁଛି ସଂସାର ତାତି।୭।

ନାହିଁ ଦେଶ ପ୍ରୀତି କାନ୍ଦେ ମାଆ ମାଟି

ନୀରିହ ଜନତା କାନ୍ଦେ

ଦେଖି ଯାଅ ଥରେ ପଶୁ ପକ୍ଷୀ ମରେ

ପ୍ରକୃତି ମଳିନ ମନ୍ଦେ।୮।

ଫେରିବାର କଥା ବାପୁ କର ଚିନ୍ତା

କାନ୍ଦୁଛି ଭାରତ ମାତା

ନିତି ପ୍ରତି ଦିନ ସହି ଅପମାନ

ଜୀଅନ୍ତା ଜଳୁଛି ଚିତା।୯।

ଡାକୁଛି ଜନତା ଶୁଣିବ ବାରତା

ବାପୁଜୀ ଆସିବ ଫେରି

ଅସହ୍ୟ ଯନ୍ତ୍ରଣା ସହି ତ ହୁଏନା

ସତ୍ୟାଗ୍ରହ ମନ୍ତ୍ର ଭରି।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy