STORYMIRROR

SUSMITA MISHRA

Fantasy

4  

SUSMITA MISHRA

Fantasy

ରିକ୍ସା ଭାଇ

ରିକ୍ସା ଭାଇ

1 min
277

 ଦିନେ ମାମୁଁ ଘର ଯିବା ପାଇଁ,

 ଛକରେ ଠିଆ ହୋଇଥିଲି,

ରିକ୍ସାରେ ଯିବା ପାଇଁ,

 ରିକ୍ସାକୁ ଅପେକ୍ଷା କରିଥିଲି।


ରିକ୍ସା ଗୋଟିଏ ଆସିଲା,

ହାତ ମାରି ଅଟକାଇଲି,

କେଉଁଠିକି ଯିବେ ପଚାରିଲା,

ମାମୁଁ ଘର ଯିବି କହିଲି।


ଛକରୁ ମୋର ମାମୁଁ ଘର,

ଥିଲା ମାତର ଦୁଇ କିଲୋମିଟର,

ରିକ୍ସା ଭାଇର ରିକ୍ସା ବସିଲି

ମାମୁଁ ଘର ମୁଁ ଚାଲିଲି ।


ଖରା କରୁଥିଲା ଟାଇଁ ଟାଇଁ,

ରିକ୍ସା ଚାଲୁଥିଲା ସାଇଁ ସାଇଁ,

କିଛି ବାଟ ଗଲାପରେ,

ହାଲିଆ ହେଲା ରିକ୍ସା ଭାଇ।


ତା ତଣ୍ଟି ଶୁଖୁଥିଲା ଚାଇଁ ଚାଇଁ,

ଗଛ ନାଇଁ କି ପତର ନାଇଁ,

ରିକ୍ସାଭାଇକୁ ଦେଖି ଦୟା,

ଲାଗିଲା ମତେ ଭାଇ।


ବେଗରୁ ଛତା ବାହାର କଲି,

ରିକ୍ସା ଭାଇ ମୁଣ୍ଡେ ଦେଲି,

ସେ ଟିକିଏ ଆରାମ ପାଇଲା,

ମୁଁ ଟିକିଏ ଆଶ୍ୱସ୍ତ ହେଲି।


ଆଷାଢ ମାସର ମୌସୁମୀ,

ଠିକ ନ ଥାଏରେ ଭାଇ,

ପୁଣି କିଛି ବାଟ ଗଲା ପରେ,

ଘଡ଼ଘଡି ସହ ବର୍ଷା ବର୍ଷିଲା ।


ଝାଇଁ ଝାଇଁ ,ଝାଇଁ ଝାଇଁ ,

ପବନ ବହିଲା ସାଇଁ ସାଇଁ,

ଚଲେଇବା କଷ୍ଟରେ ଭାଇ,

ତା ଶରୀରହେଲା ହାଇଁ ହାଇଁ।


ଭାରି ଲାଗିଲା ମତେ ଦୟା,

କରିକି ତାହାକୁ ମୁଁ ଯେ ଆହା,

ଛତା ଘୋଡେଇ ତାକୁ ମୁଁ ନେଲି,

ମାମୁଁ ଘରେ ଯାଇ ପହଞ୍ଚିଲି।


ରିକ୍ସା ଭାଇକୁ ସାହାଯ୍ୟ କଲି,

ମନେ ଏକ ଆତ୍ମତୃପ୍ତି ପାଇଲି,

ରିକ୍ସା ଭାଇ ଭାରି ଖୁସି ହେଲା,

ମୁଣ୍ଡିଆ ଟେ ମତେ ସିଏ ମାରିଲା।


କୃତଜ୍ଞତା ଜଣାଇ ତା ଘରକୁ ଗଲା,

ଖରା ବର୍ଷା ପବନ ସହି, 

ମତେ ପହଞ୍ଚାଇଲା ,

ମନେ ମନେ ଭାବିଲି ମୁହିଁ,

କେତେ କଷ୍ଟ କରୁଛନ୍ତି ରିକ୍ସା ଭାଇ ।


ଖରାରେ ତାତି ତାତି,

ବର୍ଷାରେ ଭିଜି ଭିଜି,

ସଵାରୀ କୁ ଗନ୍ତବ୍ୟ ସ୍ଥଳେ,

ପହଞ୍ଚାଏ ଯାଇ।


ହେଲେ ରିକ୍ସା ଭାଇର ଡାକ,

ଜଗା ଶୁଣିଲା,

ଯୁଗର ପରିବର୍ତ୍ତନ ହେଲା,

ରିକ୍ସା ବଦଳେ ଅଟୋ ଆସିଲା।


ଖରା ବର୍ଷାରୁ ରକ୍ଷା ପାଇଲା

ଛାଇ ଛାଇରେ ଅଟୋ ଚାଲିଲା,

ରିକ୍ସା ଭାଇଙ୍କ ର ଡାକ ପ୍ରଭୁ ଶୁଣିଲା,

ତା ଦୁଃଖ ଦୂର କରିଲା।


ଯେବେ ବର୍ଷା ଆସେ ସେ ମନେପଡେ,

ସେବେ ଦେଖିଥିବା ତା କଷ୍ଟ ପାଇଁ,

ମନେ ପଡି ଜକେଇ ଆସେ,

ଯାହା ହେଉ ,ଖରାବର୍ଷା ସହିବା,

କଷ୍ଟ ଟି ତାଙ୍କର ଦୂର ହୋଇଲା ।


ଏବେ ତାଙ୍କ ପାଇଁ ଅଟୋ ଆସିଲା,

ଖୁସିରେ ସଵାରୀ ଧରି ଚାଲିଲା, 

ରିକ୍ସା ଭାଇ ବଦଳରେ ,

ଅଟୋ ଭାଇ ନାମ ପାଇଲା

ଖୁସିରେ ତା ସଂସାର ସହ ରହିଲା।

     


Rate this content
Log in

Similar oriya poem from Fantasy