STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଅଦିନ ସପନ

ଅଦିନ ସପନ

1 min
395


ଭସା ବଉଦର ଦୋଳି ମେଳଣ

ବର୍ଷିବ ବର୍ଷିବ ଛଟକ

ଭିଜା ମାଟିର ସୁଗନ୍ଧ ଆଘ୍ରାଣ

ମିଠା ସିହରଣ ପୁଲକ ।୧


ମେଘ ମହ୍ଲାର ଛମ୍ ଛମ୍ ବର୍ଷଣ

ଶିରି ଶିରି ଦେହ ମନ

ଆଞ୍ଜୁଳା ଆଞ୍ଜୁଳା ଖସରା ପାଣି

ମୁଠିରେ ହୁଗୁଳି ପଳାୟନ ।୨


ମୌସୁମି ଛୁଇଁଛି ମିଠା ସ୍କୃତିଭାର

ଟଂପାଫୁଲ ହସରେ ହସରେ

ଧରଣୀ ରାଣୀ ଖୁସିରେ ଝୁମୁଛି

ସବୁଜିମା ସାରା ସଂସାରେ ।୩


ମେଘୁଆ ପାଗରେ ସାଗୁଆ ଅମ୍ବର

ଚୂନା ଚୂନା ଅତୀତ ଉଙ୍କେ

ସାତରଙ୍ଗୀ ଇନ୍ଦ୍ରଧନୁ ନେଇ କେହି

କାନେ କହିଗଲା ଉମଙ୍ଗେ ।୪


ଟିପି ଟିପି ଝିପି ଝିପି ଝଡି ବରଷା

ଅଦିନ ସପନ ପେଡ଼ି

ହଜିଲା ପ୍ରେମର ପହିଲି ପୁଲକ

ମନେ ତୋଳେ ମଲ୍ଲୀକଢି ।୫


ପାଦପେ ନବ ପଲ୍ଲବ ନବ ବସନ

ଗୋ-ଧନ ଖୁସି ଚର୍ବଣ

ଧଳା ବକ ଦଳ ଉଡନ୍ତି ମାଳ ମାଳ

ମିଳନ ଗ୍ରାସିତ ମନପ୍ରାଣ ।୬


ବଣି ଚଢ଼େଇ ପଲ ଖେଳନ୍ତି ବଲବଲ

ଖୁସିରେ ଝୁମନ୍ତି ସର୍ବେ

ବରଷା ରାଣୀର ସ୍ଵାଦ ଖିଆ ପର୍ବ

 ଖୁସି ଖବର ଶୁଣ ଗର୍ବେ ।୭


ବରଷା ଋତୁରେ କାମନା ତନ୍ତ୍ରୀରେ

ଖେଳେ ରମଣୀ ରଞ୍ଜନ

ଅଙ୍ଗ ଅଙ୍କ ଶୋଭା ବିରହ ଜ୍ୱାଳାରେ

ଫେରିଆ ମାନ ଭଞ୍ଜନ ।୮


ପ୍ରେୟସୀ ବରଷା ତୁହି ମୋ ଭରଷା

ସାକ୍ଷୀ ମୋ ପ୍ରେମ ପ୍ରଣୟର

ସନ୍ଦେଶ ଦେବୁ ସପନେ ଗୋପନେ

ପ୍ରଥମ ସ୍ଵାକ୍ଷର ସଜ ଚୁମ୍ବନର ।୯


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy