ଅଭିନୟ କଲେ ପାଇବ ଅଶାନ୍ତି
ଅଭିନୟ କଲେ ପାଇବ ଅଶାନ୍ତି
ସମ୍ପର୍କ ଆପେ ଗଢି ଉଠେ
ଜନ୍ମ ପରେ ପରେ
ସଂସାର ରଙ୍ଗମଞ୍ଚେ ସମ୍ପର୍କକୁ
ମୁଁ ଦୃଢ଼ୀଭୁତ କରେ ।
ଘର ହୁଏ ନାହିଁ ଖାଲି ଚାରି
କାନ୍ଥ ଭିତରେ
ଘର ତିଆରି ହୁଏ ପ୍ରେମ ଶାନ୍ତି
ସ୍ନେହର ମନ୍ତ୍ରରେ ।
ଦେବତା ନାହାନ୍ତି ଖାଲି ମନ୍ଦିର
ମସଜିଦ ଭିତରେ
ଦେବତା ଅଛନ୍ତି ପରା ଘରେ ଓ
ମନର ମଧ୍ୟରେ ।
ଏହି ଶରୀରକୁ ଦେଲେ ଯିଏ, ସିଏ
ମୋର ପିତା ମାତା
ତାଙ୍କୁ ହେଳା କରି କାହିଁକି ପୁଜିବି କୁହ
ପଥର ଦେବତା ।
ଘର ପୂର୍ଣ୍ଣତା ପାଏ ପରସ୍ପର ଉତ୍ତମ
ସମ୍ପର୍କରେ
ମମତାର ରଙ୍ଗ ବୋଳିହେଲେ ମନ
ମନ୍ଦିରରେ ।
ନଥିବ ସେଠି କିଛି କଣ ସନ୍ଦେହର
ଅବକାଶ <
/p>
ଥିବ ବିଶ୍ୱାସ, ନରହିବ ଅବିଶ୍ଵାସର
ପରଶ ।
ଅଭିନୟ କଲେ ଅଶାନ୍ତିରେ କ୍ଳାନ୍ତ
ହୋଇଯିବ
କ୍ଲାନ୍ତିରେ ଖାଲ ଓ ଢିପ ମୋ ଚଲା
ପଥ ହୋଇବ ।
କଳ୍ପନା କରି ହେବ ନାହିଁ ତାହାର
ଗଭୀରତା
ଯଦି ରହିବ ନିଜ ନିଜ ଭିତରେ ପ୍ରେମ
ସ୍ନେହର ମଧୁରତା ।
ଖଳ ନାୟକ ହେଲେ ବିଷାଦ ଘାରିବ
ତ ମନରେ
ଆଶାର ସଉଧ ଦିନେ ଧୂଳିସାତ ହୁଏ
ଏ ମହିରେ ।
ବହୁ ସମ୍ରାଟଙ୍କୁ ଆମେ ପାଇବା ଦେଖ
ଇତିହାସ ପୃଷ୍ଠାରେ
କେତେ ହଜି ଯାଇଛନ୍ତି ଦିନେ ଉତ୍ଥାନ୍
ପତନ ଭିତରେ ।
ନିଜକୁ ପାଇବାକୁ ଏହି ଶାନ୍ତି ମନ୍ତ୍ର ମୋ
ଅନ୍ତର ଭିତରେ
ଜଗତକୁ ମନ୍ତ୍ର ଦେବା ପୂର୍ବରୁ ମୁଁ ଚାହେଁ
ମୋ ପରିବର୍ତ୍ତନରେ ।