STORYMIRROR

suchismita Panda

Abstract Fantasy Others

4  

suchismita Panda

Abstract Fantasy Others

ନୂଆଁ ମୁହଁ

ନୂଆଁ ମୁହଁ

1 min
474

ରାତ୍ରିର ଶାନ୍ତ ପରିବେଶ ଭିତରେ 

ଦିନତମାମର ଥକାପଣକୁ ଭୁଲିଯିବା ପାଇଁ 

ନିଜ ସତ୍ତା ହରାଇ ଆରାମ କରୁଥିବା ମଣିଷ ଉପରେ 

ଭୟଙ୍କର ଶଦ୍ଦ କରି ମାଡିଆସେ ମୃତ୍ୟୁର ବାହକ ଭୂମିକମ୍ପ 

ଅଚାନକ ଭାଙ୍ଗି ଯାଏ ଘର ଦ୍ବାର, ସୃଷ୍ଟି ହୁଏ ମାଟିରେ ଗର୍ତ

ଯେଉଁଠି ସମାଧି ନିଏ ଧନ, ଜନ, ଜୀବନ ସବୁକିଛି ।


ସକାଳ ହେବା ପୂର୍ବରୁ ହିଁ 

କୋଳାହଳମୟ ହୋଇପଡି ସେଇ ସ୍ଥାନ 

ତୀବ୍ରତର ହୋଇ ଚାଲୁଥାଏ ଉଦ୍ଧାର କାର୍ଯ୍ୟ 

ସେତେବେଳେ ଦେଖାଯାଏ ମାଟିତଳୁ ହଲଚଲ

ଟିକେ ଗୋଡ ହଲୁଥାଏ ହାତ ମଧ୍ୟ କିଛି କିଛି ହଲୁଥାଏ

ବିଶାଳ ବିଭୀଷିକାପରେ ମଧ୍ୟ କୁନି ସନ୍ତାନଟିଏ ତିଷ୍ଠି ଥାଏ ।


ମାଟିରୁ କାଢି ହାତରେ ଟେକି ଆଣୁ ଆଣୁ

କଇଁ କଇଁ କାନ୍ଦରେ ହାତକୁ ଧରି

ବିକଳ ନୟନେ ଲୋତକ ଥରାଇ

ନିଜ ରକ୍ତ ସଂପର୍କୀୟଙ୍କ ସଭିଙ୍କୁ ହରାଇ 

ବେସାହାରା ପାଲଟି ଯାଇଥିବା କୋମଳମତି ଶିଶୁଟି 

ଅଚିହ୍ନାଙ୍କୁ ମଧ୍ୟ ନିଜର କରିନିଏ ହୃଦୟର ସଂପର୍କ ଗଢି ।


ସଂପର୍କର ନୂଆଁ ମୁହଁ ଭିତରେ ନିଜ ଆପଣା ମଣିଷଙ୍କୁ 

ବାରମ୍ବାର କୁନି କୁନି ଆଖିରେ ଖୋଜେ 

ଚାରିଦିଗକୁ ଯେତେ ନିରଖି ଚାହିଁଲେ ମଧ୍ୟ 

କାଳନିଦ୍ରାରେ ଶୋଇପଡିଥିବା ବାପା ଅବା ମାଆ

ଭାଇ କି ଭଉଣୀ କାହାକୁ ମଧ୍ୟ ପାଏନା

ସଭିଏଁ ଗଲେ ଆରପାରିକୁ ହେଲେ ତାକୁ ନେଲେନା ।


ବଡ ଅଜବ ଏଇ ଦୁନିଆରେ 

ବୁଦ୍ଧି ବିଚାର ଥିବା ମଣିଷ ନବଂଚି 

ବଂଚିଛି ଏକ ନିର୍ବୋଧ ସନ୍ତାନଟିଏ

ଯେଉଁ ବୟସରେ ଶିଖିଥିଲା

ପରକୁ ବିଶ୍ବାସ କରାଯାଏ ନାହିଁ ବୋଲି 

ସେଇ ବୟସ ପହଞ୍ଚେଇ ଦେଲା ତାକୁ ପରର କୋଳେ । 


ସମୟ କ୍ଷଣ କ୍ଷଣକେ ଭିନ୍ନ ମୋଡ ନେଉଥାଏ 

ରାତିରେ ହସ ଥିଲା ସକାଳ ନହେଉଣୁ ଅଛି ଲୁହ

ଅନ୍ଧାର ଭିତରେ ସଭିଏଁ ନିଜର ଥିଲେ

ଆଲୋକରେ ଆଉ କେହି ନାହାନ୍ତି 

ଜୀବନ ମାରି ଦେଲା ନାହିଁ ସଂପୂର୍ଣ୍ଣ ଭାବେ ହେଲେ

ସଂପର୍କୀୟଙ୍କୁ ମାରି ଜୀବିତ ମଧ୍ୟ ରଖିନି କୌଣସି ସ୍ଥଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract