STORYMIRROR

suchismita Panda

Tragedy Action Inspirational

3  

suchismita Panda

Tragedy Action Inspirational

ଉତ୍ତର ନାହିଁ

ଉତ୍ତର ନାହିଁ

1 min
139


ବାପା ମାଆର ଆଖି ଆଗେ ଯେବେ 

ସନ୍ତାନର କୋକେଇ ଉଠେ 

କେବଳ ପରିବାରଟିଏ ନୁହେଁ 

ଅନେକ ହୃଦୟ, ଅନେକ ପରିବାରର ଲୁହ

ଏକତ୍ରିତ ହୋଇ ବହିଯାଏ

ବିଷମ ଦୁଃଖ ମାଡିଆସିଲା କହି

ସଭିଙ୍କ ଓଠରୁ କରୁଣାର ପଦ ଝରିପଡେ

ଛାତି ଫଟା ଦରଦକୁ ବାଣ୍ଟିବାକୁ

ଘରେ ଭିଡ ଲାଗିରହେ ।


ମଣିଷ ଯିଏ ବୁଝିପାରେ, ବୁଝେଇପାରେ

କଥା କହି ମନକଥାକୁ ପ୍ରକାଶ କରିପାରେ 

ତା ଦୁଃଖ ସଭିଙ୍କୁ ଛଟପଟ ମଧ୍ୟ କରିପାରେ 

ହେଲେ କାହିଁକି ସେଇ ମଣିଷକୁ ଥରୁଟିଏ ମଧ୍ୟ

ଦେଖାଯାଏନା ଇତର ଜୀବର ବ୍ୟଥା 

ବୁଝିପାରେନା ସେ ସେମାନଙ୍କ ଦରଦର କଥା

କାହିଁକି ସେ ମାଆ କୋଳରୁ ଛଡାଇ ଆଣେ ତା ସନ୍ତାନକୁ 

କାହିଁକି ତାଙ୍କ ରକ୍ତରେ ତୃପ୍ତି ଦିଏ ନିଜ ଲାଳସାକୁ !


ମଣିଷକୁ କେବଳ ନିଜର ହିଁ କଷ୍ଟ ଦେଖାଯାଏ 

ନା ସେ ଆଖି ଥାଇ ଅନ୍ଧ ପାଲଟିଯାଏ

ରାସ୍ତା କଡରେ ଠିଆ ହୋଇ ନିଜ ବଳିକୁ ଅପେକ୍ଷା କରିଥିବା

ସେଇ ନିରୀହ, କରୁଣ ଦୁଇ ଆଖି ଧାରକୁ 

କେବେ ନିରଖି ଦେଖେ ନାହିଁ କାହିଁକି !

ଚୁପ୍ ଭିତରେ ମଧ୍ୟ ସେମାନେ ମାଗୁଥିବା ଜୀବନର ଭିକ୍ଷାକୁ

କେମିତେ ଯେ ବୁଝିପାରେନି !  


ଥର ଥର କରି ଅନେକ ଥର ଚେଷ୍ଟା କରେ ଜାଣିବାକୁ 

ମଣିଷ କାହିଁକି ଏତେ ରକ୍ତପିପାସୁ, 

କାହିଁକି ଖୁସି ଲାଗେ ତାକୁ ଅନ୍ୟର କୋଳ ଉଜାଡିବାକୁ

କେମିତି ସେ ହସିପାରେ ଜଣକୁ ଲୁହ ଦେଇ 

କାହିଁକି ବାହାଘର ପରି ଶୁଭ ଅବସରେ ପଡେ ପଶୁବଳୀ

ଏମିତି ଅନେକ ପ୍ରଶ୍ନର ଉତ୍ତର ପାଇଁ ଅନେକ ଚେଷ୍ଟା କରେ

ହେଲେ, ଏଇ ମଣିଷଜାତିଠୁ ସାମାନ୍ୟ ଉତ୍ତରଟିଏ ଆସେନି 

ଓଲଟା ସବୁ ପ୍ରଶ୍ନ ପ୍ରଶ୍ନ ହୋଇ ରହିଯାଏ ନିଜ ଭିତରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy