ମୁଁ ତୁମ ସୁନା ଝିଅ
ମୁଁ ତୁମ ସୁନା ଝିଅ
ବାପା!
ଗାଲରେ ଗୋଟେ
ସ୍ନେହରେ ଚୁମା ଦିଅ
ମୋତେ ତୁମେ କାନ୍ଧରେ
ବସାଇ ବୁଲାଇ ନିଅ...||
ବାପା!
ମୋତେ ତୁମେ
ବନ୍ଧୁକ କିଣିଦିଅ
ମୋତେ କଣ୍ଢେଇ ନଦେଇ
ପୁଅଙ୍କ ଖେଳନା ଦିଅ...||
ବାପା!
ମୋତେ ଅଳଙ୍କାର
ପିନ୍ଧାଇବା ନଶିଖାଇ
ମୋତେ ପୁଅ ପରି
ବଞ୍ଚିବାକୁ ଦିଅ...||
ବାପା!
ହାତର ଚୁଡ଼ି ଗୁଡା
ଶିକୁଳି ସାଜେ
ବେକର ମାଳା ପୁଣି
ସର୍ପ ପରି ଗୁଡେଇ ହୁଏ....||
ବାପା!
ବିନ୍ଦି ବଦଳରେ ମୋତେ
ଚନ୍ଦନ ଲଗାଇବା ଶିଖାଅ
କେଶ ସଜାଇବା ବଦଳରେ
ମୋତେ ମୁକ୍ତ ବିହଙ୍ଗ କରିଦିଅ..||
ବାପା!
ତୁମେ ମୋତେ
ପରୀ ପରି ମରିବାକୁ ଛାଡ଼ନି
ବରଂ ମୋତେ ତୁମେ ମୋତେ
ଝାନଶୀ ରାଣୀ ଆଦର୍ଶ ଦିଅ....||
ବାପା!
ତୁମେ ସବୁବେଳେ କାହିଁକି
ମୋତେ ନେଇ ଭୟ କର
ତୁମେ ମୋ ପାଇଁ ଗର୍ବ କର
ତୁମେ ମୋତେ ସେମିତି ଗଢ....||
ବାପା!
ମୁଁ ପରା ତୁମ କୁନି ଝିଅ
ଏବେ ନରମ ମାଟି ଟିଏ ମୁହିଁ
ମୋତେ ତୁମେ ଯେମିତି ଗଢ଼ିବ
ମୁଁ ସେମିତି ହୋଇଯିବି,ଟିକେ ରୁହ....||
ବାପା!
ମୋ ବାହାଘର ପାଇଁ
ଚିନ୍ତା କରନି ଜମା
ମୋତେ ଭଲ ପଢାଅ
ବୃତ୍ତି ପାଇଁ ମାର୍ଗ ଦେଖାଅ....||
ବାପା!
ମୁଁ ବଡ ହୋଇଗଲି
ବୋଲି ଚିନ୍ତା କରନି
ମୁଁ ଏବେ ବି ତୁମର ସେହି
କୁନି ଡେଣା ଥିବା ଝିଅ....||
ବାପା!
ଦୁନିଆ ଏମିତି କଣ ପାଇଁ
ମୁଁ ଧାରୁଆ ଛୁରୀ ଟିଏ ହେଲି
ତଥାପି ରାକ୍ଷସ ଗୁଡା
କାହିଁକି ଘୃଣ୍ୟଚକ୍ଷୁରେ ଦେଖନ୍ତି...||
ବାପା!
ଆଉ ଥରେ ମୋତେ ତୁମେ
ଛୋଟ ପିଲା ଟେ କରିଦିଅ
ଏ ଘୃଣ୍ୟ ଦୁନିଆରେ ବଞ୍ଚିବାକୁ
କେମିତି ହୋଇବି କୁହ....||
ବାପା!
ମୋର ବିବାହ କରାଇଦେଲ
ତୁମଠୁ ଦୁରେଇ ଦେଲ
ଆଉ ଆଜି ପୁଣି କାହିଁ କାନ୍ଦୁଛ?
ମୁଁ ପରଘରୀ ନିଆଁ ଝୁଲ....||
ବାପା!
ଏକୋଇଶି ବର୍ଷ ଏତେ ବୁଝାଇ
ପୁଣି ଆଜି କହୁଛ ମୋତେ
ସବୁକିଛି ସହିଯିବାକୁ ମଥାପାତି
ତୁମେ ବଦଳି ଗଲ ସତେ....||
ବାପା!
ସ୍ୱାମୀର ସମସ୍ତ କଥା ସହି
ଶାଶୁଙ୍କ ଭଲ ବୋହୁ ହୋଇ
ନଣନ୍ଦ ଦିଅର ଥଟା ମଜା
ଶଶୁରଙ୍କ ଲଷ୍ମୀ ହୋଇ....||
ବାପା!
ଯେତେଦିନ ପାଖରେ ଥିଲି
ହାତରେ ଖୁଆଇ ଦେଉଥିଲ
ଆଜି ମୁଁ ରାନ୍ଧି ପରଷି ଦିଏ
ଖାଇବାକୁ ତର ନାହିଁ....||
ବାପା!
ତୁମକୁ ଟିକେ ସମୟ
ଦେଇପାରୁନି ବୋଲି
କେତେ ଅଭିମାନ କରୁଥିଲ
ଆଜି ସବୁ ଭୁଲିଗଲ...||
ବାପା!
ଆଉ ଥରେ ମୋତେ
ଛୋଟ ଛୁଆ କରିଦିଅ
ତୁମ କାନ୍ଧରେ ବସାଇ
ବୁଲାଇ ନିଅ...||
