ବର୍ଷା ଆଉ ମୁଁ
ବର୍ଷା ଆଉ ମୁଁ
ବର୍ଷା ଓଦା କରେ
ଝରକା ସେପଟେ
ମୁଁ ଓଦା କରେ
ବିଛଣା ତକିଆ
ବର୍ଷା ଦିନେ ଗର୍ଜନ
ବିଜୁଳି ଘଡଘଡି
ମୁରବି ଗର୍ଜନରେ
ମୁଁ ନିଜେ ଛାନିଆ ||
ନାରୀ ଅନବରତ
ଆଖିରୁ ବର୍ଷା ଢାଳେ
ଅଦିନିଆ ବର୍ଷା ଢାଳେ
ନିଜେ ଯେବେ
ଆଖିର ବର୍ଷାରେ
ଓଦା ହୁଏ ଓଠ ହେଲେ
ସେ ବର୍ଷାରେ ଚାଷୀ
ଆନନ୍ଦ ଲଭେ ||
ମୋ ଆଖିର ବର୍ଷାରେ
ତୁମେ ପାଅ ମୂଲ
ସେ ବର୍ଷାରେ
ଚାଷୀ ହୁଏ ଖୁସି
ଦୁଃଖ ଯାତନା ବୁଝିବ
କିଏ ବା କାହିଁଲୋ
ଲୁହ ପରା ପିଏ
ମୁଁ ହସି ହସି ||
ସେ ବର୍ଷା ଅତି ମାତ୍ରାରେ
ବର୍ଷିଲେ ପୁଣି
ହୁଏ ଅନେକ
ପ୍ରାକୃତିକ ବିପର୍ଯ୍ୟୟ
ବନ୍ୟା ହୁଏ,
ଉଜୁଡିଯାଏ ଚାଷୀର ଆଶା
ମୋ ଦୁଃଖ ଅଧିକ ହେଲେ
ଅଛି ଥୟ ||
ଲୁହ ବଦଳେ ଯଦି ହୁଏ
ପରିବାର ଖୁସି
ମୁଁ ଲୁହ ପିଇଦେବି
ନକରି ଆପତ୍ତି
ସେ ବର୍ଷା ରାଗିଲେ
ବର୍ଷି ଦେଇ ଯିବ
ଦେଇଯିବ ଅନେକ
ପ୍ରାକୃତିକ ବିପତ୍ତି ||
ଯେବେ ବର୍ଷା ଆସେ
ମୁଁ ତାକୁ କୁହେ
ଦେଇଯାଅ ବନ୍ଧୁ
ତୁମ ଗୁଣ କିଛି
ସେ ଉତ୍ତରରେ ମୋତେ
ହସି ଚାହେଁ
କୁହେ ତୁ
ବାହାନା କରୁ ମିଛିମିଛି ||
ପାରିବୁନି ତୁହି କରି
ମୋ ପରି କ୍ରୋଧ
ତୁ ପରା ନାରୀ
ସହନଶୀଳ ତୋ ପ୍ରକୁତି
ତୁ ସିନା ସୁନ୍ଦରୀ ଦିଶୁ
ହସିଦେଲେ ଟିକେ
ମୁଁ ବର୍ଷିଦେଲେ
କବି କବିତା ଲେଖନ୍ତି ||
ପଚାରିଲି ତାକୁ
ଜିଜ୍ଞାସୁ ନୟନେ ପୁଣି
ତୁ କି ହସୁନା କେବେ
ସତ୍ୟ ଦେ କହି
ବର୍ଷା କହିଲା,
ହସିଲେ ବର୍ଷି ଦେଇଯାଏ
ରାଗିଲେ ବନ୍ୟା କରି
ଉଜାଡି ଦିଏ ମୁହିଁ ||
