STORYMIRROR

Kalpana Kumari Pradhan

Tragedy

4  

Kalpana Kumari Pradhan

Tragedy

ଝିଅ ବୋଲି

ଝିଅ ବୋଲି

1 min
514

ନିତ୍ୟ ପ୍ରଭାତ ରେ ହସ ହସ ମୁଖେ

   କାହା ମୁଖୁ ସ୍ଫରିବ ଝିଅ ବୋଲି ।

ନୟନ ନଦେଖି ହୃଦୟ ବିଚଳେ

   ଆଉ କେ ଖୋଜିବ ଝିଅ ବୋଲି ।


ବୋହୂର ମର୍ଯ୍ୟାଦା ଦେଇ ପୁଣି ମୋତେ 

   ଆଉ କେ କହିବ ମୋ ଝିଅ ବୋଲି ।

ସଂସାର ପଥ ରେ ଚାଲି ଶିଖେଇ

  ଛାଇ ପରି ଥିଲ ଝିଅ ବୋଲି ।


ଏତେ ବେଳ ହେଲା ପୁତ୍ର ନ ଆସିଲା

 କେ ପୁଛିବ ମୋତେ ଝିଅ ବୋଲି

ନଶ୍ୱର ଶରୀର କାହିଁ ହଜିଗଲା ତବ

 କର୍ଣ୍ଣ ରେ ଗୁଞ୍ଜନ ସଦା ଝିଅ ବୋଲି।


ଭାରି ନିସ୍ବ ଲାଗେ ତୁମ ବିନୁ ବାପା

   ମଧୁରେ କେ ଡ଼ାକିବ ଝିଅ ବୋଲି

କେତେ ତତ୍ତ୍ଵ କଥା ମଧୁର ଭାସିଣ

 ପାସେ କେ ବସିବ ଝିଅ ବୋଲି ।


ମହାପ୍ରୟାଣେ ତୁମ ଅନ୍ଧକାର ଧରା

   ପୁଣ୍ୟ ବନ୍ତ ଜନ ଭୁବନୁ ଗଲେ ଫେରି l

ପୂର୍ଣ୍ଣ ଛେଦ ପଡିଗଲା ଡାକ ଝିଅ ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy