STORYMIRROR

Samar Ballav Bhoi

Tragedy Inspirational

4  

Samar Ballav Bhoi

Tragedy Inspirational

ସାହିତ୍ୟ ବିନ୍ଧାଣୀ ଫକୀରମୋହନ

ସାହିତ୍ୟ ବିନ୍ଧାଣୀ ଫକୀରମୋହନ

1 min
263


ଯୁଗଜନ୍ମା ସାହିତ୍ୟପୁରୁଷ  

ବ୍ୟାସକବି ନାମେ ପରିଚିତ

ଜନ୍ମ ତାଙ୍କର ଜିଲ୍ଲା ବାଲେଶ୍ବର

ଗାଁ ଥିଲା ମଲ୍ଲିକାଶପୁର।            

ସଂକ୍ରାନ୍ତି ପୁରୁଷ ନାମ ତାଙ୍କ ଫକୀରମୋହନ

ମକର ସଂକ୍ରାନ୍ତିରେ ଜନ୍ମ ତାଙ୍କର

ମିଥୁନ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ।

ସାହିତ୍ୟ ସାଧକ ସାହିତ୍ୟ ପୁରୁଷ

ଓଡ଼ିଆ ଭାଷାର ଥିଲେ ସେ ଜନକ

ମାତୃଭାଷାକୁ ଦେଇଥିଲେ ପରିଚୟ 

ତାଙ୍କରି ଚେଷ୍ଟାରେ ଓଡ଼ିଆ ଭାଷା କୁ

ମିଳିଥିଲା ପରିଚୟ।

ଯେଙଠି ଜନମିଥିଲେ ସାହିତ୍ୟ ବିନ୍ଧାଣି 

ଶଦ୍ଦକୋଷରେ ଲେଖିଥିଲେ କେତେ ଗଳ୍ପ ଓ କାହାଣୀ।

ତାଙ୍କ ରଚନାରେ ଫୁଟିଥିଲା ସମାଜର କେତେ ରହସ୍ୟବାଣୀ।

ତାଙ୍କ ଲେଖାରେ ତ ଥିଲା କେତେ ସତ୍ୟତାର ଯଶ କାହାଣୀ।

ମାମୁଁ ହଉ ଅବା ଲଛମା , ପ୍ରାୟଶ୍ଚିତ, ଡାକମୁନ୍ସି,,ଧୁଳିଆବାବା, ପେଟେଣ୍ଟ ମେଡିସିନ୍ ଓ ରେବତୀ

 ଆଦି ଜନମାନସରେ ହୋଇଛି କାଳଜୟୀ ।

ଦୁଃଖ ଦୁଃର୍ଦଶାରେ ସାହିତ୍ୟ ସୃଷ୍ଟି ଓ ରଚନା 

ପର ପିଢି ପାଇଁ ଅଜାଡି ରଖିଛି ପ୍ରେରଣା।

ଗର୍ବ ଗୌରବେ ଛାତି ଫୁଲେ ଏଠି ବାଲେଶ୍ବର ବାସୀ ବୋଲି 

ତୁମ ସାହିତ୍ୟ ଶଦ୍ଦର ପ୍ରଲେପରେ ଆଜି ବାଲେଶ୍ବର କେତେ ଧନ୍ୟ

ଜନମିଛନ୍ତି ଏଠି ଅନେକ ସାହିତ୍ୟ ସାଧକ 

ରଚନାରେ ତାଙ୍କ ରଚିତ କାହାଣୀ ହୃଦୟେ ଦେଇଛି ଆନନ୍ଦ।

କବିତା ହେଉ ବା ରଚନା, 

ଗଳ୍ପ ଅବା ଉପନ୍ୟାସର , ନାଟକ ଅବା ନାଟିକା 

ଶବ୍ଦ ଭାବନା, ସାହିତ୍ୟ ଚିନ୍ତନ 

ମଣିଷ ମନରେ ଯଦି କରେ ପରିବର୍ତ୍ତନ

ତେବେ ସେହି ସାହିତ୍ୟକୁ ମିଳିଥାଏ ଉଚ୍ଚତମ ସମ୍ମାନ।

ଧନ୍ୟ ତୁମ ନାମ ଫକୀର ମୋହନ 

ଝଲସୁଛି ଆଜି ତୁମ ଶାନ୍ତିକାନନ।

ଧନ୍ୟ ସେହି ଜିଲ୍ଲା ବାଲେଶ୍ବର 

ଧନ୍ୟ ସେହି ସାହିତ୍ୟ ସାଧକ ଓ ସାହିତ୍ୟ ବିନ୍ଧାଣୀ ଆମର।



Rate this content
Log in

Similar oriya poem from Tragedy