STORYMIRROR

Sachidananda Kar

Fantasy Children

4  

Sachidananda Kar

Fantasy Children

ଝୁଲୁ ହାତୀ ଝୁଲୁ

ଝୁଲୁ ହାତୀ ଝୁଲୁ

1 min
381


       ଥିଲା ଗଛଟିଏ ଗଛରେ ଗଛଏ

            ପାଚିଥିଲା ଜାମୁକୋଳି

       ସେ ଗଛଡାଳରେ ଭାଲୁଛୁଆମାନେ

            ଖେଳୁଥିଲେ ସିଡ଼ି ଦୋଳି ।। 


       ଝୁଲୁଥିଲା ଦୋଳି ଦୋଳିରେ ସଭିଏଁ

            ଗାଉଥିଲେ ଦୋଳି ଗୀତ

       ବସି ଦେଖୁଥିଲେ ହନୁଛୁଆମାନେ

            ଆହୁରି ଯେତକ ମିତ ।। 


       ଏତିକିବେଳକୁ ଗଛମୂଳେ ଆସି

            ପହଞ୍ଚିଲା କୁନି ହାତୀ

       ଦେଖି ଦୋଳି ଖେଳ ସାଙ୍ଗ ସାଥି ମେଳ

            ମନ ତା' ଉଠିଲା ମାତି ।। 


       ଦୋଳି ମୁଁ ଖେଳିବି ଖେଳିବି ମୁଁ ଦୋଳି

            କହିଲା ସେ ବାରବାର

       ଯେତେ କହିଲେ ବି ଭାଲୁଛୁଆମାନେ

            ଶୁଣିଲେନି କଥା ତା'ର ।। 


       ହେଇ ଚାଲିଯାଆ ଉପରକୁ ହେଇ

            ତଳକୁ ଯାଆ ତୁ ଚାଲି

       ଦୋଳି ଝୁଲୁଥିଲା ଦୋଳି ପବନରେ

            ଉଡୁଥିଲା ଧୂଳି ବାଲି ।। 


       ଭାଲୁଛୁଆଙ୍କର ସିଡ଼ି ଦୋଳି ଖେଳ

            ଦେଖୁଥିଲେ ସବୁ ଘେରି

       ନିରାଶରେ କାନ୍ଦି କାନ୍ଦି କୁନି ହାତୀ

            ଘରକୁ ଆସିଲା ଫେରି ।। 


       ଘରେ ପହଞ୍ଚିଲା ମାଆଙ୍କୁ କହିଲା

            ମାଆ ପୋଛିଦେଇ ଲୁହ

       ଝୁଲାଇଲେ ଦୋଳି ଦେଖି ତାହା ତା'ର

            ହସିଲା ଦିଶିଲା ମୁହଁ ।। 


       'ଝୁଲୁ ହାତୀ ଝୁଲୁ' ଗାଇଦେଲେ ମାଆ

            ଖେଳରେ ଗଲା ସେ ମାତି

       ଝୁଲି ଝୁଲି ଝୁଲି ଖେଳି ଖେଳି ଦୋଳି

            ତୁନି ହେଲା କୁନି ହାତୀ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy