ମୁଠାଏ ସ୍ମୃତି
ମୁଠାଏ ସ୍ମୃତି
ଆଗୋ ସ୍ମୃତି ତୁମେ ଦେଖାଦିଅ ଥରେ,
ଚାଲିଆସ ମୋ ପାଖକୁ.
ଫେରିଆସୁ ମୋର ଅଭୂଲା ଅତୀତ.
ଖୋଜୁଛି ନିତି ଯାହାକୁ ।
ସେଇ ମନ ଅଛି ସେଇ ହୃଦ ଅଛି,
ସମୟ କୁହଇ କଥା.
ମୁଠାଏ ସ୍ମୃତିକୁ ସାଉଁଟି ବସିଲେ,
ଅନ୍ତର୍ଦହନର ବ୍ୟଥା ।
ଆସିବକି ସ୍ମୃତି ବାସ ମହକାଇ,
ଗାଇବ ପ୍ରଜାପତି.
ମଧୁମକ୍ଷୀ କି ସ୍ମୃତି ଫୁଲରୁ,
ତୋଳିବ ମଧୁ ନିତି ?
ଅତୀତ ବେଳାର ଅପାଶୋରା ଦିନ,
ଭୁଲି ମୁଁ ପାରୁନି ଜମା.
ମନ କାଗଜର ଶବଦ ଧାଡିରେ,
ସ୍ମୃତି ତୁମେ ଛୋଟ କମା ।
ଅସ୍ତବ୍ୟସ୍ତ ଆଜି ପାଦଚିହ୍ନ ଖୋଜେ,
ପ୍ରତୀକ୍ଷା ରହିଛି ଜାରି.
ଅତିକ୍ରାନ୍ତ ମୋର ଅନେକ ସମୟ,
ନିଇତି ହେଉଛି ଝୁରି ।
ଫଗୁଣକୁ ଭଲ ପାଉଥିଲି ବୋଲି,
ଅନ୍ଧାର ଆପଣା କରେ.
ଆଶାର ପଦୁଅଁ ମଉଳିଛି ପରା,
ଅତୀତଟା ହାତ ଠାରେ ।
ଦୁଇଟି ଅକ୍ଷର ନାମରୁ ତାହାର,
ମଧୁ ମଧୁ ବାସ ଛୁଟେ.
ସ୍ମୃତି ତୁମ ପ୍ରୀତି ଦିଏ କେତେ ଶାନ୍ତି,
ଅଶାନ୍ତି ମୋ ମନ ତଟେ ।
ପାହୁଛି ରଜନୀ ଶୋହୁଛି ଅବନୀ,
ଛିଟ ଫୁଲ ପାଖୁଡ଼ାରେ.
ମୁଠାଏ ସ୍ମୃତିକୁ ଆଖିର ସପନେ,
ଖୋଜି ଖୋଜି ଝୁରି ମରେ ।
