STORYMIRROR

Pratima Satpathy

Fantasy

4  

Pratima Satpathy

Fantasy

ଗୋଲାପ

ଗୋଲାପ

1 min
368


ଗୋଲାପ ଫୁଲଟି ଫୁଟି ବଗିଚାରେ

    ଦିଶଇ ଅତି ସୁନ୍ଦର

ସୁଗନ୍ଧ ତାହାର ମନ ମୋହିନିଏ

   ଭ୍ରମର ମନ ଅସ୍ଥିର ।


ନାଲି, ହଳଦୀ , ଓ ଗୋଲାପୀ ରଙ୍ଗରେ

    ଆକର୍ଷଣ ମନେ ଜାଗେ

ଶୁଭ୍ର ରଙ୍ଗ, ନାନା ଚିତ୍ର ବିଚିତ୍ରର 

    ଗୋଲାପ ଅଛି ଏ ଭବେ।


ଫୁଲକୁ ସୁରକ୍ଷା ଦେବାଲାଗି ତାର

    ସର୍ବାଙ୍ଗେ କଣ୍ଟା ରହିଛି 

ସାବଧାନରେ ଫୁଲ ନ ତୋଳିଲେ ଯେ 

     ହାତରେ ଯିବଟି ଫୁଟି ।


କଣ୍ଟା ପାଇଁ ତାର ପାଶେ ଯିବାପାଇଁ

   ଡରନ୍ତି ବହୁତ ଜନ

ଚାଚା ନେହେରୁଙ୍କ ସାର୍ଟ ପକେଟରେ

   ରହିଥାଉ ପ୍ରତିଦିନ।


ପ୍ରେମର ପ୍ରତୀକ, ସତେଜ ଗୋଲାପ

    ପ୍ରେମିକାକୁ ଦିଏ ପ୍ରେମୀ

ତୋର ମାଧ୍ୟମରେ ପ୍ରେମର ପରିଧି

   ଛୁଏଁ ଆଶା ବୈତରଣୀ।


 ଦୁଇ ମନ ଏକ ହେବାରେ ସାହାଯ୍ୟ

   କରିଥାଉ ତୁ ଗୋଲାପ

ଗ୍ରହଣ ନ କରେ ତତେ ଯିଏ ତାର

   ବଢ଼ଇ ଦୁଃଖ ସନ୍ତାପ ।


ସୁନ୍ଦର ସତେଜ ଚେହେରା ତୋହର

   ଦାଉ ଦାଉ ଜଳୁଥାଉ

ଅନ୍ୟ ଫୁଲ ଏକ ଦିନେ ଫୁଟି ଝଡ଼େ

   ବହୁତ ଦିନ ତୁ ରହୁ ।


ଠାକୁର ପୂଜା, ଓ ଫୁଲ ତୋଡ଼ା ରେ ତୁ

   ଜନ ମାନସକୁ କିଣୁ

ପ୍ରତ୍ୟେକ କାର୍ଯ୍ୟରେ ତୋର ଦରକାର

    ନିଜକୁ ତୁ ଧନ୍ୟ ମଣୁ ।


ଗୋଲାପ ଜଳ ଯେ ବଡ଼ ଉପକାରୀ

  ଶୁଭ କାର୍ଯ୍ୟ ରେ ଲାଗଇ

ଠାକୁର ଙ୍କ ପୂଜାରେ ସେ ଦରକାର

    ଖୋଜନ୍ତି ନନା ଗୋସେଇଁ ।


ପର ଉପକାରେ ଜୀବନ ତୋହର

   ଧନ୍ୟ ତୁ ଗୋଲାପ ରାଣୀ

ସେବାରେ ଆନନ୍ଦ ପାଉଅଛୁ ତୁହି

   ପୁଷ୍ପ ଜଗତର ରାଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy