STORYMIRROR

ବି. ନିରୁପମା

Action Fantasy Inspirational

4  

ବି. ନିରୁପମା

Action Fantasy Inspirational

କର୍ମଟି କରୁଛି ଉଚ୍ଚ

କର୍ମଟି କରୁଛି ଉଚ୍ଚ

1 min
393


ନନ୍ଦୋତ୍ସବ ଦିନ କୃଷ୍ଣ ବୁଲୁଥିଲେ

ଦ୍ୱାର ଦ୍ୱାର ହୋଇ ଯେବେ,

ଆମ ଘରେ କୁଆଁ କୁଆଁ ରାବ ଦେଇ

ଭାଇଟେ ଆସିଲା ସେବେ ।


ଡଉଲ ଡାଉଲ ରୂପ ଦେଖି ତା'ର

ଲୋକ ହେଲେ ଆନନ୍ଦିତ,

"ତୁମ ଘରେ ଆଜି କୃଷ୍ଣ ବିଜେ କଲେ"

କେତେଜଣ ଦେଲେ ମତ ।


ବଣ୍ଟା ହେଲା କେତେ ସୁଆଦ ଦରବ

ଖୁସିରେ ଖାଇଲେ ପିଲା,

'ଭାଇ ଆସିଗଲା' ତାଳି ମାରି ମାରି

ବଡ଼ ଭାଇ ଚିଲେଇଲା ।


ଏକୋଇଶା ହେଲା ନାମ ଦିଆଗଲା

"ବାପୁନୁ" ଡାକିଲେ ତାକୁ,

"କେଡ଼େ ସୁନ୍ଦର ଏ ପୁଅଟି" କହିଲେ

ଲୋକ ସବୁ ଦେଖୁ ଦେଖୁ ।


ଗୋରୋଚନା ଚିତା ପିନ୍ଧାଇଲା ମାଆ

ଡେଉଁରିଆ ଦେଲା ବାନ୍ଧି,

କେତେ ପ୍ରତିକାର କଲା କା' ନଜର

କାଳେ ପଡ଼ିଯିବ ଯଦି !!


ଧୀରେ ଧୀରେ ବଡ଼ ହେଲା ସେଇ ପୁଅ

ଆମ କୋଳେ ହସି ଖେଳି,

ଖଡ଼ିଛୁଆଁ ଯାଇ ନାମ ଲେଖାଗଲା

ତା'ର ବଡ଼ଭାଇ ଭଳି ।


ବିଦ୍ୟାଳୟ ଗଲା ଏଥରକ ଭାଇ

ପାଠରେ ହୋଇଲା ଆଗ,

ସହପାଠୀ ଆଉ ଶିକ୍ଷକମାନଙ୍କ

ହେଲା ସେ ଭରସା ଯୋଗ୍ୟ ।


ପାଠପଢ଼ା ସହ ଖେଳକୁଦ ଆଉ

ବକ୍ତୃତା ଚିତ୍ରଅଙ୍କନ,

ଅଭିନୟ ପୁଣି ବିଜ୍ଞାନ ମେଳାରେ

ଜିଣିଲା ପ୍ରଥମ ସ୍ଥାନ ।


ଆମ ପରିବେଶ ସୁରକ୍ଷା ସକାଶେ

ଲଗାଇଲା ନାନା ଗଛ,

ଜିଲ୍ଲା ବିଦ୍ୟାଳୟେ ଅଧ୍ୟୟନ କରି

କର୍ମଟି କରିଲା ଉଚ୍ଚ ।


ଯେବେ ମାଧ୍ୟମିକ ପରୀକ୍ଷା ହୋଇଲା

ଶୀର୍ଷ ସ୍ଥାନେ ସିଏ ଥିଲା,

ଉଚ୍ଚଶିକ୍ଷା ଲାଗି ବିଶ୍ୱ ବିଦ୍ୟାଳୟେ

ପୁଣି ଅଧ୍ୟୟନ କଲା ।


ଦେଶପ୍ରେମ ଭାବ ଥିଲା ଯେଣୁ ହୃଦେ-

ନେତାଜୀ ନିବାସ ଧାଇଁ,

ବାରବାର ସ୍ୱପ୍ନ ଦେଖୁଥିଲା ଏହି

ଦେଶ କଲ୍ୟାଣର ପାଇଁ ।


ପରବର୍ତ୍ତୀ କାଳେ ସେ ପ୍ରଶାସନିକ

ସେବା କାର୍ଯ୍ୟେ ହୋଇ ରତ,

କରିଚାଲିଅଛି କଲ୍ୟାଣ

ଆନନ୍ଦରେ ଅବିରତ ।


ଜିଣିଅଛି ପୂରା ଭରସା ତାଙ୍କର

ଉତ୍ତମ କାର୍ଯ୍ୟଟି କରି,

ରାଜ୍ୟସ୍ତରରେ ସେ କାର୍ଯ୍ୟ ଚର୍ଚ୍ଚା ହୁଏ

ସରକାର ଖୁସି ଭାରି ।


ଆଜି ଆସିଅଛି ସେ ଶୁଭଲଗନ

ମୋ ଭାଇର ଜନ୍ମଦିନ,

ସବୁ ବିଘ୍ନ ନାଶି କୋଟି ପରମାୟୁ

ଦେଇଥା'ନ୍ତୁ ଭଗବାନ । 


ହସି ହସି ସିଏ କର୍ମ କରିଚାଲୁ

ଏ ଦେଶ ଜାତିର ହିତେ,

ସକୁଶଳେ ବାକି ଦିନ ବିତିଯାଉ

"ଗୁରୁପଦ" ଧ୍ୟାୟୀ ନିତ୍ୟେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action