STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ଅବିନାଶୀ ଆତ୍ମା

ଅବିନାଶୀ ଆତ୍ମା

1 min
362


ପ୍ରତି ଜୀବ ଦେହେ ଆତ୍ମା ର ସମ୍ଵନ୍ଧ ଅଙ୍ଗାଙ୍ଗି ଭାବେ ଜଡିତ

ଆତ୍ମା ବିହୁନେ ମୃତ ତୁଲ୍ୟ ସାରା ସଂସାରେ ଜୀବ ଜଗତ

ନିରବ ନିଥର ନିଶ୍ଚଳ ଉପଳ ଆତ୍ମା ବିହୁନେ ଅଚଳ

ବୃକ୍ଷ ଲତା ଆଦି ଅଚଳ ହେଲେ ବି ଆତ୍ମା ତ ଥାଏ ତାହାର ।।


ସଜୀବ ନିର୍ଜୀବ ଦ୍ଵୟର-ମଧ୍ୟେ ସଦା ସଜୀବେ ଆତ୍ମାର ସ୍ଥିତ

ଜୀବ ଛାଡିଗଲେ ଆତ୍ମା ଉଡିଯାଏ କୁହନ୍ତି ତାହାକୁ ମୃତ 

ଅଣୁ ପରମାଣୁ ସମାନ ଆତ୍ମା ପରମାତ୍ମା ଅଂଶ ସେହି

ପଦ୍ମପତ୍ର ଜଳ ସମାନ ତରଳ ସରୋବର ଜଳ ସେହି ।।


ଟଳ ମଟଳ ସେ ଦଳ ସ୍ଥିତ ଜଳ ଟିକିଏ ପବନ ହେଲେ

ଯେମିତି ନିଜର ଅସ୍ତିତ୍ତ୍ଵ ହରାଇ ମିଶେ ସେ ମହା ସ୍ରୋତରେ 

ସେହିମତେ ଆତ୍ମା ଜୀବ ଦେହ ଛାଡି ପରମାତ୍ମା ଦେହେ ଲିନ

ହୋଇ ଥାଏ ଯେଣୁ ଅବିନାଶୀ ଆତ୍ମା ଅଟଇ ପବନ ସମ ।।


ଯେଉଁ ଆତ୍ମା ଏହି ଜୀବ ଜଗତରେ ବହିଥାଉ ଯେଉଁ ଦେହ 

ଜୀବ ଛାଡି ଆତ୍ମା ଯାଏ ଯେଣୁ ଭୁଲେ ନାହିଁ ପରମାତ୍ମା ମୋହ

ମାଟି ଘଟ ଏଇ ପଞ୍ଜୁରୀ ରେ ପରା ଆତ୍ମା ସୁନା ଶୁଆ ସମ

ପରମାତ୍ମା ର ୟେ ଅଣୁ ପରମାଣୁ ପ୍ରାୟେକ ଯେ ବିଦ୍ୟମାନ ।।


ବେଳେ ବେଳେ ଆତ୍ମା ଘଟରୁ ଘଟକୁ ଘୁରିଘୁରି ବୁଲୁ ଥାଏ

ମୋକ୍ଷ ପାଏ ଯେବେ ଆତ୍ମା ପରମାତ୍ମା ହସ ଯାଇ ମାଶି ଥାଏ

ତେଣୁ ଅବିନାଶୀ ଆତ୍ମା ପରମାତ୍ମା ସଙ୍ଗରେ ମିଶଇ ଯାଇ

ଟଳ ମଳ ପଦ୍ମପତ୍ର ଜଳ ଯେହ୍ନେ ଜଳରେ ଯାଇ ମିଶଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy