STORYMIRROR

SUKANTA KHANDA

Fantasy Children

4  

SUKANTA KHANDA

Fantasy Children

ଈଶ୍ବର ଭକ୍ତି

ଈଶ୍ବର ଭକ୍ତି

1 min
219


ଜେଜେ ଆଉ ଜେଜି ଦୁଇ ବିପରୀତ

   ଈଶ୍ବର ଭକତି ପାଇଁ

ଜେଜିଙ୍କ ନିଇତି ପୂଜାପାଠ ଚାଲେ

   କାମ ମୋଟେ କରେ ନାହିଁ।୧

ଦିନ ଆଉ ରାତି ଈଶ୍ବର ପାଖରେ

   ଗୁଣୁଗୁଣୁ ହେଉଥିବେ

ଜେଜେ ହିଁ ନିଇତି ରୋଷେଇ କରିକି

   କାମ କରିବାକୁ ଯିବେ।୨

ଜେଜେଙ୍କର ଲକ୍ଷ୍ଯ ବିବାହ କରିଲେ

   ଫୁଟାଇ ଖୁଆଇ ଦେବ

ହେଲେ ବିପରୀତ ସବୁ ହିଁ ହୋଇଲା

   ଇଏ କି ଈଶ୍ବର ଭାବ?୩

କଅଁଳେଇ କରି ଦିନେ କହିଗଲେ

   ହଇଲୋ କନକ ଗୋରୀ

ତୋତେ ବାହା ହୋଇ ନିଇତି ମରୁଛି

   କାନ୍ଦେ ଈଶ୍ବରଙ୍କୁ ଝୁରି।୪

ରୋଷେଇ କରିବା ପତ୍ନୀଙ୍କ ଧରମ

   ଈଶ୍ବର ସ୍ବାମୀଙ୍କୁ ମଣି

ଯଦି ତୁ ମାନିବୁ ଭଲରେ ଚଳିବା

   ଏ କଥା କି ନାହିଁ ଜାଣି?୫

ମୁହଁ ମୋଡି଼ ଦେଇ କହିଗଲେ ସିଏ

   ବାହା ହୋଇଅଛ ମୋତେ

କେମିତି ରଖିବ ଭବିଷ୍ଯେ ଭଲରେ 

   ବସି ଭାବ ଆମ ହିତେ।୬

ଜେଜେଙ୍କର ରାଗ ବଢି଼ଲା ମନରେ

   ରୋଷେଇ କରି ଖାଇଲେ

ହାଣ୍ଡି ସଫାକରି ନ ରଖିଲେ ଖାଦ୍ଯ

   କାମକୁ ସେ ଚାଲିଗଲେ।୭

ଜେଜିଙ୍କର ଆଜି ଖାଇବା ନୋହିଲା

   ଭୋକରେ ସେ କାଲୁବାଲୁ

ଜେଜେ ଆସିବାରୁ କାନ୍ଦି ପକେଇଲେ

   ଖାଇବା କିଆଁ ନ ଦେଲୁ?୮

ହସିଦେଇ ଜେଜେ କହିଲେ କନକ

   ପତ୍ନୀର ଈଶ୍ବର ଅଟେ

ସ୍ବାମୀ ହୋଇଥାଏ କିନ୍ତୁ ତୁମେ ମୋତେ

   ଚାକର ଭାବୁଛ ଗୋଟେ।୯

ଜେଜି ବୁଝିଗଲେ ଈଶ୍ବର ଭକତି

   କିଏ ହୋଇଥାଏ ଆଗ

ସେହି ଦିନଠାରୁ ସବୁ କାମ କରି

   ମଣିଲେ ସ୍ବାମୀ ସରଗ।୧୦

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy