ହସ
ହସ
ମନୁଷ୍ଯ ଜୀବନେ ହସର ବିହୁନେ
ପ୍ରିୟସାଥି କେହିନାହିଁ ।
ହସିଦେଲେ ଥରେ ଦୁଃଖଯାଏ ଦୂରେ
ହସର ବଟିକା ଖାଇ ।
ଶିଶୁ ହସିଦେଲେ ଜନନୀ ବୁକୁରେ
ପ୍ରିତୀ ମନ୍ଦାକିନୀ ଝରେ ।
ହସିହସି ମାଆ ସହି ଯାଏ ଆହା
ଦୁଃଖର ଯମୁନା ତୀରେ ।
ଯେତେ ଦୁଃଖକଷ୍ଟ ଜୀବନର କ୍ଲିଷ୍ଟ
ସନ୍ତାନର ଖୁସି ପାଇଁ ।
ଆଖିର ଲୁହକୁ ଚାପିରଖେ ବୁକୁ
ଓଠେ ଲୁହ ଯାଏ ପିଇ ।
ଉଦେ ଦିନମଣି ପଦ୍ମ ବିରହିଣୀ
ହସି ପ୍ରସ୍ପୁଟିତ ହୁଏ ।
ଆନେ ନାହିଁ ମନ ତପନ ଦର୍ଶନ
ପ୍ରିତୀ ଚାହାଁଣି ରେ ଚାହେଁ ।
ହସିହସି ବୈଦ୍ଯ ନିଦାନର ଭେଦ
ରୋଗୀ ରୋଗ ଉପଷମ ।
ଯେତେ ଦୂରାବ୍ଯାଧି ହସ ମହୋଷଧି
ରୋଗ କମେ ଶତଗୁଣ ।
ଯେତେ ଦୁଃଖ ଆସୁ ମନରେ ନପଶୁ
ହସତ ଉତ୍ତମ ସୁଖ ।
ହସିହସି ଭାଇ ଜୀବନର ନଈ
ପାରି ହୁଅ ଅନ୍ୟ ପାଖ ।
ଫୁଲ ହସୁଥାଇ ବଗିଚ଼ା ହସଇ
ହସଇ ଧିର ସମୀର ।
ପୂର୍ଣ୍ଣିମାର ଚାନ୍ଦ ଅତ୍ଯନ୍ତ ଆନନ୍ଦ
କଇଁହସେ ସରୋବର ।
ହସ ବ୍ଯଙ୍ଗ କଥା ନଦିଅଇ ବ୍ଯଥା
ଆୟୁ ହୋଇଥାଏ ବୃଦ୍ଧି ।
ହସିି ହସାଇବା ସ୍ନେହ ପ୍ରିତୀ ଦେବା
ଭୂଲିଯିବା ସବୁ ଜିଦି ।
ହସିହସି ଗୁରୁ ବିଦ୍ଯାଦାନ କଲେ
ବୁଝନ୍ତି ଶିଷ୍ଯ ସଧୀରେ ।
ଗପରେ ଗୀତରେ ହସ ମାଧ୍ୟମରେ
ଶିଷ୍ଯ ବିଦ୍ଯା ଶିକ୍ଷା କରେ ।
ହସ ନୁହେଁ କିଛି ଅସମ୍ଭବ ଚିଜ
ଲୋଡା ନାହିଁ ଧନ ସୁନା ।
ହସିହସି ଆମେ ଜୀବନ ଜୀଇଁଲେ
ହସ ହୁଏ ନାହିଁ କିଣା ।
ଦୁନିଆଁ ବଜାରେ ସବୁ ମିଳିଯାଏ
ହସତ ମିଳଇ ନାହିଁ ।
ଅମୂଲ୍ୟ ଏ ଦାନ ହସ ଭଗବାନ
ନିଜେ ଅର୍ଜ ନିଜ ପାଇଁ ।
ହସି ହସାଇବ ଦୁନିଆଁ ହସିବ
ଦେହେ ଆସିବନି ରୋଗ ।
ଆସ ମିଳି ମିଶି ଯିବା ହସିହସି
ହସ ଆମପାଇଁ ଯୋଗ ।