ମଲାଜହ୍ନ
ମଲାଜହ୍ନ


ହୋଇ ପ୍ରିୟପ୍ରିୟା ପ୍ରୀତି ମଧୁଛନ୍ଦା ଗଢିହୁଏ
ସୁସସମ୍ପର୍କ ମଧୁମୟ ଲାଗିଥାଏ ଏ ଜୀବନ ସିନା।
ଜାଣିହୁଏ ନାହିଁ କେଜାଣି କାହିଁକି ବିଶ୍ୱାସ ନାମରେ
ବିଷ ଅବିଶ୍ୱାସ ଏ ମଣିଷ କରେ ଏତେ ଛଳନା ।
ଲାଗେ ନାହିଁ ଭଲ ଜମା ଏକା ଏକା ଜହ୍ନରାତି
ଫିକାଫିକା ଲାଗେ ତୋଫା ରୂପେଲି ଜୋଛନା ।
ଦିଶିଥାଏ କଳାଛାଇ ହସେ ନାହିଁ ମନଖୋଲି
ଜହ୍ନ ସତେ ମନ ବିଡି କରିଥାଏ ଛଳନା ।
ଆସିଥାଏ ଘଡିମାରି ଖେଳିଖେଳି ଲୁଚକାଳି
ଲୁଚାଏ ମୁହଁକୁ ତାର ବାଦଲର ଭିତରେ ।
କେବେ ଦିଶେ ଅଙ୍କାବଙ୍କା ଅଧା ଥାଏ ମୁହଁ ଢ଼ଙ୍କା
ଦାଆପରି ଛଳନାର ହସଧାର ଅଧରେ ।
ଜହ୍ନରାତି ଛଳଛଳ ମଧୁର ସ୍ନିଗ୍ଧ ଶୀତଳ
ପୂର୍ଣ୍ଣକାମ ପ୍ରିୟପ୍ରିୟା ପୂର୍ଣ୍ଣ ରୂପାଜହ୍ନ ।
ଅମାବାସ୍ୟା ଅନ୍ଧକାରେ ଭିଜେ ଆଖି ଲୁହଧାରେ
ଛଳନାର ମଲାଜହ୍ନ କଦାକାର ଭୀଷଣ ।