STORYMIRROR

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ଲାଗେ ନାହିଁ ଭଲ

ଲାଗେ ନାହିଁ ଭଲ

1 min
148


ଲାଗେ ନାହିଁ ଭଲ ଜମା ଏକା ଏକା ଜହ୍ନରାତି

ଫିକାଫିକା ଲାଗେ ତୋଫା ରୂପେଲି ଜୋଛନା,

ଦିଶିଥାଏ କଳାଛାଇ ହସେ ନାହିଁ ମନଖୋଲି

ଜହ୍ନ ସତେ ମନ ବିଡି କରିଥାଏ ଛଳନା ।

ଆସିଥାଏ ଘଡିମାରି ଖେଳିଖେଳି ଲୁଚକାଳି

ଲୁଚାଏ ମୁହଁକୁ ତାର ବାଦଲର ଭିତରେ,

କେବେ ଦିଶେ ଅଙ୍କାବଙ୍କା ଅଧା ଥାଏ ମୁହଁ ଢ଼ଙ୍କା

ଦାଆପରି ଛଳନାର ହସଧାର ଅଧରେ ।

ଜହ୍ନରାତି ଛଳଛଳ ମଧୁର ସ୍ନିଗ୍ଧ ଶୀତଳ

ପୂର୍ଣ୍ଣକାମ ପ୍ରିୟପ୍ରିୟା ପୂର୍ଣ୍ଣ ରୂପାଜହ୍ନ,

ଅମାବାସ୍ୟା ଅନ୍ଧକାରେ ଭିଜେ ଆଖି ଲୁହଧାରେ

ଛଳନାର ମଲାଜହ୍ନ କଦାକାର ଭୀଷଣ ।

   ---


Rate this content
Log in

Similar oriya poem from Romance