ବିଶ୍ୱ ଆଜି ଯୁଦ୍ଧର ଦୁଆର ମୁହଁରେ ?
ବିଶ୍ୱ ଆଜି ଯୁଦ୍ଧର ଦୁଆର ମୁହଁରେ ?
ମଣିଷ,
ହିଂସା, ଅହମିକାରେ ହୁଏ
ଯେବେ ଵଶ
ସମାଜ ପାଇଁ ବିପଦ ପ୍ରମାଦ
କରେ ଗ୍ରାସ ।
ମଣିଷ,
ଅଶୁଭ କଳ୍ପନା ଉଦୟ ହୁଅଇ
ଇର୍ଷା, ଦ୍ୱେଷରେ
ଅଶୁଦ୍ଧ ଅପବିତ୍ର ମନ ତାକୁ
ବିପଥଗାମୀ କରେ ।
ସେ ମଣିଷର,
ଵିଵେକ ପଣିଆ ସବୁ ଲୋପ
ପାଇ ଯାଏରେ
ଦିଵ୍ୟଗୁଣ ଅସ୍ତ ହୋଇ ପାପ
ରାଶି ଗ୍ରାସ କରେ ।
ଇତିହାସେ ପାଉ,
କେତେ ଯୁଦ୍ଧର କାହାଣୀ ଅମର
ବୀର ଗାଥାକୁ,
କିଏ ଲଢେ ନିଜ ମାଟି ପାଇଁ କିଏ
ଲଢେ ଲୁଣ୍ଠିବାକୁ ।
ଅତୀତ ଦେଖିଛି,
ବହୁତ ସମର ଓ ବିଶ୍ୱର କେତେ
ସମ୍ରାଟର କୃତିତ୍ୱକୁ,
ପଢିଛେ, ଲହୁରେ ଭିଜା କେତେ
ଯୁଦ୍ଧାବଳୀ ଲେଖାକୁ ।
ଦେଖିଅଛେ ଦୁଇଟି ବିଶ୍ୱଯୁଦ୍ଧର
ପରିଣାମ ସବୁକୁ,
ପରମାଣୁ ଯୁଦ୍ଧ ଅତି ଭୟଙ୍କର
ଜଣା ଜାପାନୀଙ୍କୁ ।
ଲିଭିନି ହିରୋସୀମା ନାଗାସାକୀର
ଥିବା ଘାଆ ,
ଲୋକ ମଲେ ବିକଳାଙ୍ଗ ହେଲେ
ଶୁଣି ଲାଗେ ଛାନିଆ ।
ଆଉ ଏକ ବିଶ୍ୱଯୁଦ୍ଧ ପ୍ରସ୍ତୁତି ଚାଲିଛି
ସମଗ୍ର ବିଶ୍ୱରେ
ପୁଂଜିବାଦର ରୂପରେଖ ୟୁକ୍ରେନ
ଓ ଋଷିଆ ମଧ୍ୟରେ ।
ମୂଲ୍ୟବୋଧ ନାହିଁ, ପୁଂଜିବାଦର
ବୈତରଣୀ ଆଶାରେ
ଜାତିସଂଘର ଶାନ୍ତିର ବାର୍ତ୍ତା ଆଜି
ଲୀନ ହୋଇଛି ସମୁଦ୍ର ଗର୍ଭରେ ।
ହେ ଈଶ୍ବର, ତୁମେ ପରା ବ୍ୟାପ୍ତ ଜଳ,
ସ୍ଥଳ, ଆକାଶ, ପାତାଳରେ
ସବୁ ହଳାହଳ ହିଂସା ମାନଙ୍କୁ କାହିଁକି
ପ୍ରଶମିତ କରି ପାରୁନାରେ ।
ସଭିଏଁ ଡାକନ୍ତି ତ୍ରାହି ତ୍ରାହି, ସଭିଏଁ
ତଟସ୍ଥ, ଏହି ସନ୍ଧିକ୍ଷଣରେ
ଡାକି ଡାକି ତୁମକୁ ସବୁ ଥକ୍କା, ବିଶ୍ୱ
ନିୟନ୍ତାଂକ ସନ୍ଧାନରେ ।
ତଥାପି ମେଣ୍ଟେନା ତୃଷା, ମନରେ
ଭାଗ୍ୟବାଦୀ ମୁହିଁ
ସାମ୍ୟବାଦର ଘରକୁ ଖିନ୍ ଭିନ୍ କଲ,
ଶାନ୍ତିର କପୋତ କାନ୍ଦେ କଇଁ କଇଁ ।
ଧରା ବକ୍ଷେ ଲିଭିବ ତ ଦିନେ, ଏ ଯୁଗର
ଆଶାୟୀ ଦୁର୍ଯ୍ୟୋଧନ, ରାବଣ
ଶାନ୍ତିର ପ୍ରତିଷ୍ଠା ପାଇଁ ସାମ୍ୟବାଦୀ ଯେତେ
ଭାଳନ୍ତି ପ୍ରତିଜ୍ଞା ନିଷ୍ଠାର ମନ l
ପ୍ରେମରେ ପ୍ରୀତିରେ ସେବା ମମତାରେ
ବାନ୍ଧିବାକୁ, ଜଗାଅ ମଣିଷର ମନ
ଶାନ୍ତି ସମ୍ଭବ ଯଦି ଜଗାଇବା ସହଯୋଗ
ସ୍ନେହ ଅନୁରାଗ ପ୍ରତିକ୍ଷଣ ।
ସ୍ବଚ୍ଛ ହେଉ ଆମ ମନର ଅଗଣା ପୁଂଜି
ର ପ୍ରଭାବୁ, ଆସୁ ନିର୍ମଳ ଭାବନା
ଆମ ମନର ଅଗଣା ପାଇଲେ ସାମ୍ୟବାଦୀ
ପ୍ରେରଣା ପୂରଣ ହେବ କାମନା ।
