Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Fantasy Inspirational Children

3  

Sudeshna Pradhan

Fantasy Inspirational Children

ଛଅଟି ଋତୁ ବାରମାସେ

ଛଅଟି ଋତୁ ବାରମାସେ

1 min
172


ବୈଶାଖ, ଜ୍ୟେଷ୍ଠ ମାସ ଅଟେ ଗ୍ରୀଷ୍ମ ଋତୁ,       

ପ୍ରଚଣ୍ଡ ଖରା ହୁଏ ସୂର୍ଯ୍ୟ ତାପ ହେତୁ |

       

ଆଷାଢ଼, ଶ୍ରାବଣ ବର୍ଷା ଋତୁ କାଳ,            

ନଈ, ପୋଖରୀ ପୂର୍ଣ୍ଣ ହୁଏ ବର୍ଷା ଜଳ |     

   

ଭାଦ୍ରଵ, ଆଶ୍ୱିନ ଶରତ ଋତୁ ହୁଏ,            

ଜଗତ ସାରା ନିର୍ମଳ ଶୋଭା ପାଏ |     

     

ହେମନ୍ତ ଋତୁ ଯେ କାର୍ତ୍ତିକ, ମାର୍ଗଶିର,         

ଘାସ ପତ୍ର ଉପରେ ଲାଗଇ କାକର  |   

     

ପୌଷ, ମାଘ ମାସ ଅଟଇ ଶୀତ ଋତୁ,         

ସ୍ଵେଟର, କମ୍ବଳ ଲୋଡ଼ା ପ୍ରବଳ ଶୀତ ହେତୁ |

    

ବସନ୍ତ ଋତୁ ଯେ ଫାଲ୍ଗୁନ, ଚୈତ୍ର,            

ମଳୟ ପବନ ବହଇ ବହୁତ  |

            

ଏପରି ଛଅଟି ଋତୁ ବାରମାସେ,             

ପାଳିକରି ପ୍ରତି ବରଷ ଯେ ଆସେ |

               

ସବୁ ଋତୁ ଅଟେ ଆମର ଉପକାରୀ,            

ମନେ ରଖ ପାଠକେ ଧ୍ୟାନ କରି |


Rate this content
Log in

Similar oriya poem from Fantasy