Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Fantasy Inspirational Children

4.4  

Sudeshna Pradhan

Fantasy Inspirational Children

ଚିର ସ୍ମରଣୀୟ ରାକ୍ଷୀ

ଚିର ସ୍ମରଣୀୟ ରାକ୍ଷୀ

1 min
307


   ଆଜି ଧରିତ୍ରୀ ହାତରେ ରାକ୍ଷୀର ଡୋରି,         

ରାକ୍ଷୀର ନାମ 'ଚନ୍ଦ୍ରଯାନ ଥିରି (3)',         

ବାନ୍ଧିବ ବୋଲି ସେ ଚନ୍ଦ୍ର ଭାଇ ହାତେ,           

ମନରେ ଅନେକ ଆଶା ଅସୁମାରୀ ||       


ଆଜି ହୋଇଛି ସେ ଶୁଭ ସମୟ,                

ସ୍ଥିର ଚିତ୍ତେ ମନ ହୁଏ ଅଥୟ,           

ତଁହୁ ରାକ୍ଷୀ ଉଭା, ମାମୁଁଙ୍କ ଦ୍ୱାରେ,              

ଦୂର କଲା ମନୁ ଦୀର୍ଘ ସଂଶୟ ||         


ଚନ୍ଦ୍ରୟାନ ରାକ୍ଷୀ, ତ୍ରିରଙ୍ଗା ଡୋରି,             

ଚନ୍ଦ୍ରପୃଷ୍ଠେ ଉଡିଲା ଫିରି ଫିରି,           

 ଚିରକାଳ ପାଇଁ ସ୍ମୃତି ସାଜିଗଲା,               

ଗର୍ବ ଗୌରବରେ ଭାରତ ଶିରି ||         


ଶିଶୁଟିଏ ଯେବେ କରେ କ୍ରନ୍ଦନ,                

କୋଳେ ଧରି ମାଆ ଦେଖାଏ ଜହ୍ନ,        

ସେବେଠାରୁ ଜହ୍ନ ମାମୁ ପ୍ରତି ପ୍ରେମ,             

ଭରିଛି ସବୁ ଶିଶୁଙ୍କ ମନ ||            


ସେଇ ସ୍ନେହ ଆଜି ହୋଇଲା ସାକ୍ଷୀ,             

ଧରିତ୍ରୀ ମା'ହାତୁ, ବାନ୍ଧିଲା ରାକ୍ଷୀ,         

ତେଇଶି ଦୁଇହଜାର ତେଇଶି,                  

ଅଗଷ୍ଟ ମାସରେ ପବିତ୍ର ତିଥି ||        


ଶ୍ରାବଣ ମାସର ସେ ବୁଧବାର,                  

ସନ୍ଧ୍ୟା ସମୟ ଛଅଟା ଚାରି,           

ବୈଜ୍ଞାନିକମାନେ କରତାଳି ଦେଲେ ,              

ନୟନୁଁ ଝରିଲା ଖୁସିର ବାରି ||        


ଶିଶୁ, ଆବାଳ ବୃଦ୍ଧ ବନିତା,                 

ଖୁସିରେ ନାଚୁଛି ସଭିଙ୍କ ମନ,             

ଧରଣୀ ମାଆର, ଜହ୍ନମାମୁଁ ହାତେ,             

ଚିର ସ୍ମରଣୀୟ ରକ୍ଷାବନ୍ଧନ ||               


Rate this content
Log in

Similar oriya poem from Fantasy