ପାରା
ପାରା
ପାରାଟିଏ ସିଏ ପାରାଟିଏ,
ଭାଡ଼ିପରେ ଥାଏ, ଘୁମୁ ଘୁମୁ ହୁଏ,
ସତେ ସୁକୁମାରୀ ପରା ସିଏ |
ଆଖିତାର ଅଟେ ଅତି ଛୋଟ,
ସକାଳ ହୋଇଲେ, ଶ୍ରମକରିଯାଏ,
ଜୀବନକୁ ନ ମଣି କଷ୍ଟ |
ଖୁଦ ମଳୁଖ ଯେ ଖାଦ୍ୟ ତାର,
ଘୁରି ବୁଲୁଥାଏ, ଗ୍ରାମରୁସହର,
ପାଇବା ପାଇଁ ଟିକେ ଆହାର |
ତା ରଙ୍ଗ ରୂପେ ମୋହିତ ହୋଇ,
ବସାକରିବାକୁ, ଅଗଣା କୋଣରେ,
ଟୋକେଇ ଚାଙ୍ଗୁଡ଼ି ବାନ୍ଧେ ଆଈ |
ପୂର୍ବକାଳେ ରାଜ ରାଜୁତିରେ,
ଚିଠି ପତ୍ର ନିଏ, ଖବର ପଠାଏ,
ସେପୁଣି ସଠିକ ଠିକଣାରେ |
ଦୁନିଆ ଯାଇଛି ବଦଳି,
ଚିଠିପତ୍ର ଆଉ, ନିଏନାହିଁ ସିନା,
ଦୂରଦେଶେ ଯାଇଥାଏ ବୁଲି |
ଉଚ୍ଚ ମନ ତାର ଉଚ୍ଚ ଆଶା,
ଘରେ ହେଉ ଅବା, ମନ୍ଦିର ପ୍ରାଗଣେ,
ଉଚ୍ଚ ଜାଗା ଦେଖି କରେ ବସା |
ଠୁରୁ ଠୁରୁ ଚାଲି ମନୋହର,
ସପ୍ତରଙ୍ଗ ତାର, ଚମକ ଶରୀର,
ଘୁମୁ ଘୁମୁ ତାଳେ ଝୁମେ ସ୍ୱର |
ଟିକି ଚଢେଇସେ, ଟିକି ବସା,
ନୀତିଶିକ୍ଷା ଦିଏ, ଟିକି ହେଲେ ମଧ୍ୟ,
ସଦା ରଖ ମନେ ଉଚ୍ଚ ଆଶା |
ନାଳ ପାଣି ଦେଖି କଲେ ସ୍ନାନ,
ଦେଖି ତାକୁ ଚଷା, ମନରେ ଭରଷା,
ହେବକିରେ ବର୍ଷା ଆଗମନ |
ପରତାର ଅତି ଦରକାରୀ,
ଖେଳଣା ସହିତ, ଖେଳସାମଗ୍ରୀରେ,
ଆନନ୍ଦ ପାଏ ଯେ ବ୍ୟବହାରୀ |
ପାରାଟିଏ ଯେବେ ଅଣ୍ଡା ଦିଏ,
ନୂଆଁ ବସା କରି, ଅଣ୍ଡାଦେଇସାରି,
ଛୁଆ ହେବାଯାଏ ଯତ୍ନ ନିଏ |
ଛୁଆଟିକେ ବଡ ହୋଇଗଲେ,
ପରଝାଡୀଝୁଡି, ଉଡିବା ଶିଖାଏ,
ସଫlକରେ ବସା ଫିଙ୍ଗି ତଳେ |
ବୁଝିଛି ସତେ ସେ ଏ ଜଗତ,
ମାୟାମୋହଭରା, ଦୁଃଖ ସୁଖ ଘେନି,
ହୋଇଥାନ୍ତି ସର୍ବେ କର୍ମରତ |