STORYMIRROR

Sudeshna Pradhan

Inspirational

3  

Sudeshna Pradhan

Inspirational

ତୁ ମୋ କ୍ରିଷ୍ଣା

ତୁ ମୋ କ୍ରିଷ୍ଣା

1 min
126

ତୁ ମୋ କ୍ରିଷ୍ଣା ମୁଁ ତୋ ସୁଦେଷ୍ଣା        

ତୁ ହେଲେ ସାଗର ମୁଁ ଅଟେ ତୃଷ୍ଣା |     


ତୁ ହେଲେ ପାଦପ ମୁଁ ତୋର ଛାଇ        

ତୁ ଅଟୁ ସଲିଳ ମୁଁ ତୋର ନଈ |     


ତୁ ଅଟୁରେ ସୂରୁଜ ମୁଁ ଏକ ଖଦ୍ୟୋତ       

ତୁ ବିଶାଳ ନଭ ମୁଁ ଖଣ୍ଡେ ଜିମୂତ |     


ତୁ ମହାଜ୍ଞାନୀ ମୁଁ ମୁଢମତି          

ତୁ ମହାଶକ୍ତି ହେଲେ ମୁଁ କ୍ଷୀଣ ଭକ୍ତି |    


ତୁ ଅଚଳ ମେରୁ ମୁଁ କ୍ଷୁଦ୍ର ବାଲୁକା        

ତୁ ବ୍ରହ୍ମାଣ୍ଡଧାରୀ ମୁଁ ଏକ କଣିକା |     


ତୋର ଏ ଜଗତ ମୁଁ ତୋ ଜଗତର        

ତୁ ପରମେଶ୍ୱର ମୁଁ ଛାରନାର |      


ମୁଁ ହେଲେ ଶରୀର ତୁ ମୋର ଆତ୍ମା       

ସାରା ସଂସାରର ତୁ ପରମାତ୍ମା |      


ମୁଁ ହେଲେ କୁସୁମ ତୁ ମୋର ବାସ୍ନା        

ତୁ ମୋର କ୍ରିଷ୍ଣା ମୁଁ ତୋ ସୁଦେଷ୍ଣା |    


ତୋ ପାଦେ କରେ ମୁଁ କୋଟି ନମସ୍କାର      

ଶେଷ ସମୟରେ ସାଥେ ଥିବୁ ମୋର |    


ମୁଁ ହେଲେ ପୂର୍ଣ୍ଣିମା ତୁ ମୋ ପୂର୍ଣ୍ଣ ଚାନ୍ଦ       

ଘେନ ମୋ ପ୍ରଣତି ରେ ଦୋଳଗୋବିନ୍ଦ |



Rate this content
Log in

Similar oriya poem from Inspirational