STORYMIRROR

Goutam Mohanty

Tragedy Fantasy Inspirational

4  

Goutam Mohanty

Tragedy Fantasy Inspirational

ଫେରି ପାଆନ୍ତି କି ମୋ ପିଲାଦିନ

ଫେରି ପାଆନ୍ତି କି ମୋ ପିଲାଦିନ

1 min
464


ଜନ୍ମଭୂମି ମୋର ପୁଣ୍ୟ ଗଙ୍ଗାଗୟା

   ଚାରିଧାମ ଠାରୁ ବଡ଼

ଜନମ ନେଇଛି ତାହାରି କୋଳରେ

  ଛୋଟରୁ ହୋଇଛି ବଡ଼।।

ଖେଳିଛି କେତେ ମୁଁ ତାହାରି କୋଳରେ

   ବୁଲିଛି ମୁଁ ତୋଟା ମାଳେ

ଗଛରେ ଚଢିଛି ଆମ୍ବ ତୋଳିବାକୁ

  ପୁଣି, ପଡି ମୁଁ ଯାଇଛି ତଳେ।।

ଗାଆଁ ଦାଣ୍ଡଧୂଳି ଦେହରେ ମୋ ବୋଳି

    ଖେଳିଛି କବାଡି ଖେଳ,

ମାଡ଼ଗୋଳ ହୋଇ କଜିଆ କରିଛୁ

   କରି ସାଙ୍ଗସାଥୀ ମେଳ।।

ଗାଆଁ ଚାହାଳିରେ ପଢିଛି ମୁଁ ପାଠ

     ଖାଇଛି ବେତର ମାଡ଼,

ପହଁରି ଯାଇଛି ପୋଖରୀ ଜଳରେ

    ତୋଳିବାକୁ କଇଁ କଢ।।

ଅଳି ମୁଁ କରିଛି ମାଆ ପାଶେ କେତେ

    ମେଳା ଯାତ ଯିବାପାଇଁ,

ମାଡ଼ ମୁଁ ଖାଇଛି ଅଝଟ ହୋଇକି

    କାନ୍ଦିଛି ମୁଁ କଇଁ କଇଁ।।

ସାଇକେଲ ଚକ ଗାଆଁ ଦାଣ୍ଡେ ବୁଲେ

    ଖରାବେଳେ ନାହିଁ ନିଦ,

ବୋଉ ସାଥେ ଯିବି ମାମୁଁଘର ଯେବେ

    ଆଖିରେ ଆସେନା ନିଦ।।

ମନେପଡେ କେତେ ମିଠା ମିଠା ସ୍ମୃତି

    ଯାହା ତ ଯାଇଛି ହଜି,

କିଏ ପୁଣି ମୋତେ ଫେରାଇଦିଅନ୍ତା

    ମୋ ପିଲାଦିନକୁ ଆଜି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy