STORYMIRROR

Goutam Mohanty

Romance Fantasy Inspirational

4  

Goutam Mohanty

Romance Fantasy Inspirational

ତୁମପାଇଁ ପ୍ରିୟା ତାରା କୁ ତୋଳିବ

ତୁମପାଇଁ ପ୍ରିୟା ତାରା କୁ ତୋଳିବ

1 min
434


ଆକାଶକୁ ଯିବି   ତାରାକୁ ତୋଳିବି

  ପ୍ରିୟା ହାତେ ଆଣି ଦେବି,

ପ୍ରେମର ଡୋରୀରେ  ଗଜରା ଗୁନ୍ଥିବି

  ପ୍ରିୟାକୁ ପିନ୍ଧାଇ ଦେବି।।

ଜହ୍ନକୁ କରିବି    ପ୍ରିୟାର ମଥାରେ

    ରୂପେଲି ର ମଥା ବିନ୍ଦି,

ପ୍ରିୟା ଆଜି ମୋର ପରୀ ଟେ ସାଜିବ

    ପ୍ରେମରେ ହୋଇବ ବନ୍ଦୀ।।

ଜୋଚ୍ଛନାରେ ପ୍ରିୟା ଭିଜିବ ମୋ ସାଥେ

   ପାହିବ ଚାନ୍ଦିନୀ ରାତି,

ସରିବନି ଆମ     ମଧୁର କାହାଣୀ

    ସରିବନି ଆମ ପ୍ରୀତି।।

ଉଡି ବୁଲୁଥିବା   ନିର୍ଜନ ରାତ୍ରୀରେ

    ପ୍ରେମର ପାଲିଙ୍କି ନେଇ,

ପାଇବେନି କେହି   ଆମରି ଠିକଣା

   ଏକାନ୍ତେ ରହିବା ଯାଇ।।

ଗଢ଼ିଦେବା ଆମେ ଛୋଟିଆ କୁଟୀର

    ଗଢ଼ିବା ସୁଖ ସଂସାର,

ଜହ୍ନ ଥିବ ସାକ୍ଷୀ  ତାରା ଥିବେ ସାକ୍ଷୀ

    କରିବି ତୁମକୁ ନିଜର।।



Rate this content
Log in

Similar oriya poem from Romance