ବର୍ଷା ମୋ ପ୍ରିୟା
ବର୍ଷା ମୋ ପ୍ରିୟା
ଭିଜିବାକୁ ବେଶୀ ଇଚ୍ଛା ହୁଏ ବୋଲି
ବରଷାକୁ ଭଲ ପାଏ।
ଖରା ଛାଇ ତଳେ ଲୁଚି ଲୁଚି
ଆସି ଦେହକୁ ଭିଜେଇ ଦିଏ
କାହିଁକି ନା
ମୋତେ ବେଶି ଭଲ ପାଏ ।
ନିଶବ୍ଦ ରାତିରେ ଅନ୍ଧାର ଭିତରେ
ତା’ ପାଦ ନୁପୁର ଶୁଣି ।
ନିଦ ଭାଙ୍ଗେ ସିଏ କହିବାକୁ କିଛି
ପାରେ ନାହିନ ମୁଁ ଜାଣି ।
ଜାଣିବା ଆଗରୁ ମନ କଥା ତାର
ରାତିଟା ତ ପାହିଆ ଯାଏ ।
ବରଷା ମୋ ପ୍ରିୟା ଭରଷାର ସାଥି
ନିଦାଘ ଶେଷରେ ଆସେ ।
ଜାତନା ଭରା ଏ ମନ ପରାଣକୁ
ହସ ଭରି ମନ ତୋଷେ ।
ବସନ୍ତ ଆସିବା ଆଗରୁ କାହିଁକି
ଅଭିମାନେ ଚାଲିଯାଏ ।
