ତୁମ ଦେଖାରେ
ତୁମ ଦେଖାରେ
ତୁମ ଆଖି ସାଥେ ମୋ ଆଖି ମିଶି
ହେଇ ଗଲା ଚାରି ଆଖି
ଆମ ମିଳନର ବିଜନ ବେଳାରେ।
ଚାରିଦିଗ ମୂକ ସାକ୍ଷୀ ।
ତମେ ଯେବେ ଦେଲ ଆଖିର ଇସାରା
ପ୍ରୀତିଭରା ଆକର୍ଷଣେ
ତନୁମନ ମୋର ମୃଦୁର କମ୍ପନେ
ଭରିଗଲା ଶିହରଣେ
ରାତିସାରା ମୋର ଆଖିରେ ନାଚିଲ
ଚମକେ ସପନେ ଦେଖି ।
ତମ ପାଦ ଶବ୍ଦେ ନିଦ ମୋର ଭାଙ୍ଗେ
ଖୋଜେ ମୁଁ ଅଧରାତିରେ
ନିଜେ ନିଜ ସାଥେ ଗପ କହି ବସେ
କେହି ନଥିବେ ସାଥୀରେ
ନିଜ କଥା ଶୁଣି ପାଗଳ ପରି ମୁଁ
ଅଶରିରୀ ସାଥେ ହସୁଛି ।

