STORYMIRROR

Anjana Naik,Anju..Deogarh

Fantasy

3  

Anjana Naik,Anju..Deogarh

Fantasy

ଫଗୁଣ ଆସିବ

ଫଗୁଣ ଆସିବ

1 min
265


ଯେବେ ଶୀତର ପ୍ରକୋପ ସରିବ ମଳୟ ପବନ ବହିବ ବୁଢା ଗଛରେ ପତ୍ରଝଡା ଦେଇ ପିଙ୍ଗଳ ପତ୍ର କଅଁଳିବ ।ଫଗୁଣ ଖିଲିଖିଲି ହସ ହସିବ ଚୋରା ବସନ୍ତକୁ ଜାଣିବଆମ୍ବ ବଉଳର ମହୁଆ ବାସରେ କୋଇଲି ତା ଗୀତ ଗାଇବ ।ଦେଖିବ ଫଗୁଣ ମହକି ଆସିବ ଆକାଶେ ବଉଦ ଭାସିବ ଅଦିନ କୁହୁଡି଼ କୁଣିଆଁ ହୋଇ ବେଳେବେଳେ ବାଟ ରୋକିବ ।ଫଗୁଣ ରିମ୍ ଝିମ୍ କାକର ଝରାଇବ ବାଡ଼ିରେ ମଲ୍ଲିଫୁଲ ମହମହ ବାସିବଶୋରିଷ ଫୁଲର ହଳଦୀ ରଙ୍ଗରେ ପ୍ରଜାପତି ଉଡ଼ି ବୁଲିବ ।ଫଗୁଣ..କୃଷ୍ଣ ଚୁଡ଼ାରେ ଲାଲିମା ଫେଣ୍ଟିବ ଗୋରୁ ଗୋଠ ଯେବେ ଫେରିବସଞ୍ଜ ନଇଁ ଗଲେ କୁହାଟ ପକେଇ ବିଲୁଆଙ୍କ ରଡ଼ି ଶୁଭିବ ।ଫଗୁଣ ମନ୍ଦିରରେ ଶଙ୍ଖ ଫୁଙ୍କିବ ଭ୍ରମର ଫୁଲରେ ରାସ ରଚିବଚୋରା ଚାହାଣୀରେ ମଧୁବନରେ ପ୍ରେମର ଋତୁ ଝରାଇବ ।ଫଗୁଣ ରଙ୍ଗ ପିଚକାରି ମାରିବ ପାହାନ୍ତିଆ ତାରା ଉଇଁବଠପ୍ ଠାପ୍ କରି ଭୋର ସକାଳୁ ପାଖ ଜଙ୍ଗଲରେ ମହୁଲର ଫୁଲ ଝଡ଼ିବ ।ଫଗୁଣ ମହୁଲି ନିଶାରେ ନାଚ଼ିବ କୃଷ୍ଣଚୁଡା଼ ହସି ଉଠିବ ଦୂର ଜଙ୍ଗଲରୁ ବଇଁଶୀର ସୁରଗାଆଁ ମୁହାଁ ଭାସି ଆସିବ । ଫଗୁଣ ସପ୍ତ ସୁରେ ନାଚି ଉଠିବ ଶେଷ ଋତୁ ଯେବେ ଆସିବ ହଳଦୀବସନ୍ତ କୁ କୁ ତାନେଖରାଟିଆ ନିଦ ଭାଙ୍ଗିବ ।ମାଘ ମାସର ଶୀତ ସରିବ ମୃଦୁ ପାଦ ଚ଼ାପି ଶିହରିତ ମନେସତେ ତ ଫଗୁଣ ଫେରି ଆସିବ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy