STORYMIRROR

Anjana Naik,Anju..Deogarh

Others

4  

Anjana Naik,Anju..Deogarh

Others

ଜୀବନ ପୃଷ୍ଠା ରୁ ପଦେ..

ଜୀବନ ପୃଷ୍ଠା ରୁ ପଦେ..

1 min
34

କିଏ କହିଲା 

ମୁଁ ରାତିରେ ଡରେବୋଲି 

ଅମାବାସ୍ୟାର ଅନ୍ଧାର ସହିତ ମୋର 

ଏବେ ବନ୍ଧୁତା ହୋଇଗଲାଣି,


ନିସଙ୍ଗତା ଆଉ 

ମୋର ହୃଦୟ ପୋଡ଼ୁ ନାହିଁ 

ଏବେ ଏକୁଟିଆ ରହିବାର 

ଅଭ୍ୟାସ ହୋଇଗଲାଣି ।। 


କାହାଠାରୁ କଣ ଆଶା କରିବି

ଏହାହିଁ ତ ସତ୍ୟତା.........

ସମୟ ସହିତ ସାଲିସ କରି 

ମୁଁ ମୋର ସଵୁ କାର୍ଯ୍ୟ

ଏବେ ନିଜେ କରିବା ସିଖି ଗଲିଣି ।।


କାହାକୁ କଣ କହିଵି,

ସଵୁ ତ କହିସାରିଛି

‌ନିଃସବ୍ଦତା ମୋର

ଏଵେ ସାଥୀ ହୋଇଗଲାଣି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍