STORYMIRROR

Anjana Naik,Anju..Deogarh

Children Stories Classics Inspirational

4  

Anjana Naik,Anju..Deogarh

Children Stories Classics Inspirational

ସ୍ଵାଧୀନତା ଏବଂ ଅଧିକାର

ସ୍ଵାଧୀନତା ଏବଂ ଅଧିକାର

1 min
16


ସମସ୍ତଙ୍କୁ ମୋର ଏକ ବାର୍ତ୍ତା 

ପ୍ରତ୍ୟେକଙ୍କୁ ସ୍ଵାଧୀନତା ଦିଅ ,!!!!!!!


ସ୍ବାଧିନତା ର ମାନେ ନୁହେଁ 

ଵେଲଗାମ୍ ମନଇଚ୍ଛା କାମ କରିବା

ବଡ଼ ସାନର ଦୂରତାକୁ 

ସଂକୀର୍ଣ୍ଣ କରିବା......

ସମ୍ପର୍କର ସେତୁ ବନ୍ଧକୁ ଭାଙ୍ଗିଦେବା 

ବେଖାତିର ଭାବନା ରଖିବା

ସମାଜର ପ୍ରତିବନ୍ଧକ କୁ

ସହଜରେ ଅତିକ୍ରମ କରିଯିବା......

ସ୍ଵାଧୀନତା ତ ହୋଇ ଥାଏ ତାହା...

ଆତ୍ମ ନିର୍ଣ୍ଣୟର ଶକ୍ତି ଆଉ, 

ଗୋଲାମୀ ରୁ ମୁକ୍ତି 

ସ୍ଵତନ୍ତ୍ରତାର ପରିପ୍ରକାଶ କରିବା.... ।।


ସମସ୍ତଙ୍କୁ ସମାନ ଅଧିକାର ଦିଅ 

ସବୁ ସମ୍ପର୍କ ଦୃଢ଼ ହୋଇଯିବ..!!!!!

ଅଧିକାର ର ମାନେ ନୁହେଁ

ଅନ୍ୟର ଭାଗ ଛଡେଇ ନେଵା 

ଦୁର୍ବଳ ମାନସିକତା ରଖି

ନିଜ ନିଜ ଭିତରେ 

ତାରତମ୍ୟ ର ବିବେଚନା କରିବା...... 

ଅଧିକାର ପାଇଁ ସଂଗ୍ରାମ ବ୍ୟର୍ଥ

ସ୍ନେହରେ ଯାହାଵି ମିଳିଥାଏ

ଶ୍ରେୟସ୍କର ହୋଇଥାଏ....

ତାକୁହିଁ ଅଧିକାର ବୋଲି ମାନିନେଵା...।।



Rate this content
Log in