STORYMIRROR

Sumitra Nayak

Abstract Fantasy

3  

Sumitra Nayak

Abstract Fantasy

ଭଲପାଏ ବୋଲି

ଭଲପାଏ ବୋଲି

1 min
158

ଭଲ ପାଏ ବୋଲି          କହେ ନାହିଁ ବୋଲି,

        ଅକୁହା ନୁହେଁ ମୋ ପ୍ରେମ।

ତୁମ ପାଇଁ ଥିବା            ଅମିୟ ଭାବନା,

          ରହିଥିବ ପ୍ରତି ଦିନ।

ଯାଯାବର ପରି            ଛାଡି ଚାଲିଗଲ,

          ଶକ୍ତ ଧକ୍କା ଟିଏ ମାରି।

ସ୍ଵଳ୍ପ ଦିନ ପାଇଁ           ଥିଲା ତୁମ ପ୍ରେମ,

          ନଥିଲ ସଦା ଆଦରି ।

ମନେ ଅଛି ଆଜି           ତୁମ ପ୍ରେମ ପ୍ରୀତି

           ତୁମ ଛଳନାର ଘର।

ଯେଉଁଠାରେ ଆମେ       କରି ରହି ଥିଲେ,

           ସ୍ଵପ୍ନର ଛୋଟ କୁଟୀର ।

ସରଳ ହୃଦୟ               ମନ ମନ୍ଦିରରେ,

          ଦେବତା ଟିଏ ପରି।

ପୂଜୁଥିଲି ନୀତି              ପ୍ରେମ ପୂଜାରିଣୀ,

          ହୃଦୟରେ ସ୍ଥାନ ଭରି।

ତୁମେ ଯାହା ମୋତେ        ଖୁସି ଦେଇଥିଲ,

         ନେଇ ଚାଲିଗଲ ସାଥେ ।

ଦୁଃଖେ ବିତେ ଦିନ       ଦୁଃଖେ ବିତେ ରାତି,

         ଦୁଃଖି ଜୀବନ ର ପଥେ ।

ଅଫେରା ଅତିଥି           ଫେରିବନି ବୋଧେ,

          ପ୍ରେମର ପୀରତି ପଥେ ।

ପରଦେଶି ଟିଏ             ଜାଣି ଥିଲେ ମୁହିଁ,

          ସ୍ୱୀକାରୀ ନଥାନ୍ତି ସତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract