STORYMIRROR

N.sibashankar Reddy

Fantasy Others

3  

N.sibashankar Reddy

Fantasy Others

ଦରିଆ ସେପଟ ନେଵୁରେ ନାଉରୀ

ଦରିଆ ସେପଟ ନେଵୁରେ ନାଉରୀ

1 min
149

ନାଉରୀ ଟୋକାରେ ସତ୍ୱର ତୁହି ଯ

ଦରିଆ ପାରି ତ କରା,

ପ୍ରକୃତି ରାଣୀ ଯେ ଡେଙ୍ଗୁରା ଦେଲାଣି

ମେଘ ଆସିଯିବ ପରା।


ବାଆ କେଳୀଲାଣି ବିଜୁଳି ବାଜିଲା

ବୃକ୍ଷ ଦଳ ହଲେ ପରା,

ଦରିଆ ଜୁଆରେ ନାଆ କେଳୀ କରେ

ଉପର ତଳକୁ ପରା,

ଦରିଆ ସେପଟେ ପ୍ରିୟା ମୋ ଜଗିଛି

ଭୀତ ଯାଉଥିବ ପରା,

ନାଉରୀ ଟୋକାରେ ସତ୍ୱର ତୁହି

ଯେ ଦରିଆ ପାରି ତ କରା।

ଜବ ଚପଳରେ ନାଆ ବୁହା ତୁହି

ବର୍ଷା ବିବୃଦ୍ଧିଲା ପରା,

ପ୍ରିୟାର ବର୍ଶ୍ନ ଯେ ଭିଜି ଯାଇଥିବ

ଅଭିମାନ ହେବ ପରା।

ବିତପନ ଶୂନ୍ୟ ହେଲେ ଯେ ଭୂଧରୁ

ଶାନ୍ତି ଆସିଲାଣି ପରା,

ଝୋଲ୍ଲାର ଝଙ୍କାର ନାଦ ଶ୍ରୁ ପୁଣି

ବିଧୁ ଯେ ଵିଲେକିଲେ ପରା,

ନାଉରୀ ବାଚିଲା ଚିତ୍ତେ ଚିନ୍ତନାହିଁ

କିଞ୍ଚିତ ସମୟ ପରା,

ପ୍ରକୃତି ରାଣୀ ଯେ ଡେଙ୍ଗୁରା ଦେଲାଣି

ମେଘ ଆସିଯିବ ପରା।

ମୋଦ ଲପନେ ପ୍ରିୟା ମୋର ସେଠୁ

କର ହଲେଇଲାଣି ପରା,

ଦିଶିଲାଣି ପରା ଦରିଆ ସେପଟ

ନାଉରୀ ବାଚିଲା ପରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy